ଆଜି ଭଂଗାଯିବ ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ଏମାର ମଠ । ଭାଙ୍ଗିବା ପୂର୍ବରୁ ସ୍ମୃତି ରଖିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ

406

କନକ ବ୍ୟୁରୋ : ଆଜି ବି ଜାରି ରହିବ ପୁରୀର ଏମାର ମଠ ଉଚ୍ଛେଦ କାମ । ଆଜି ମୁଖ୍ୟ ମଠର ଉଚ୍ଛେଦ କାମ ହେବା ନେଇ ସୂଚନା ରହିଛି । ଗତକାଲି ପ୍ରଶାସନ ଉପସ୍ଥିତିରେ ଏହାର ଅସ୍ଥାୟୀ ଗୁହାଳ ଘର ଉଚ୍ଛେଦ ହୋଇଛି । ହିଟାଚି ଓ ଡୋଜର ଲଗାଇ ଏହାକୁ ଭାଂଗିଛି ପ୍ରଶାସନ । ମଠର ମହନ୍ତ ସରକାରଙ୍କ ନୋଟିସ ଗ୍ରହଣ ନକରିବାରୁ ମଠରେ ଏହାକୁ ଲଟକା ଭାବେ ଝୁଲାଇ ଦିଆଯାଇଥିଲା । ଏଥି ସହିତ ଗତକଲି ମଠରେ ଥିବା ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାରକୁ ସଂରକ୍ଷଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ଏହାର ସଂରକ୍ଷଣ ପାଇଁ ଏଥିରେ ଥିବା ବହି ସବୁକୁ ସ୍ଥାନାନ୍ତର କରାଯାଇଛି । ତେବେ ଶ୍ରୀମନ୍ଦିର ପରି ବହୁ ପ୍ରାଚୀନ ଏହି ମଠର ଉଚ୍ଛେଦ ଆଗରୁ ଏହା ମଧ୍ୟରେ ଥିବା ବିଭିନ୍ନ ଦୁର୍ମୁଲ୍ୟ ସାମଗ୍ରୀକୁ ପ୍ରଥମେ ଉଦ୍ଧାର କରିବାକୁ ଯୁକ୍ତି ବାଢିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ଯେମିତି ଏହାର କାନ୍ଥରୁ ୪ ଶହରଶ ଅଧିକ ରୂପା ଇଟା ବାହାରି ଥିଲା , ସେହିପରି ଏହାର କାନ୍ଥରେ ମଧ୍ୟ କିଛି ସଂପଦ ରହିଥାଇପାରେ । ଉଛେଦ ଆଗରୁ ଏହାର ଉଦ୍ଧାର ପାଇଁ ପ୍ରଶାସନ ଉଦ୍ୟମ ନକଲେ ସବୁଦିନ ପାଇଁ ଏହା ମାଟି ତଳେ ପୋତି ହୋଇଯିବ ବୋଲି କନକ ନ୍ୟୁଜକୁ ମନୋରଂଜନ ମିଶ୍ର ଲାଇଭ୍ ରେ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାସ ।