ହୋଲି ରାତିରେ ପୁରୀରେ ଅସନ୍ତୋଷର ନିଆଁ ! ବାରମ୍ବାର ଗୁଣ୍ଡାରାଜ ଅଭିଯୋଗ ପରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଭଙ୍ଗାରୁଜା ପୋଡାଜଳା

50

କନକ ବ୍ୟୁରୋ : ଟପିଲା ଧୈର୍ଯ୍ୟର ସୀମା । ହୋଲି ରାତିରେ ଜଳିଲା ପୁରୀ ରାସ୍ତାରେ ଅସନ୍ତୋଷର ନିଆଁ । ବାରମ୍ବାର ଗୁଣ୍ଡାରାଜ ଅଭିଯୋଗ ପରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଭଙ୍ଗାରୁଜା ପୋଡାଜଳା କରିଛନ୍ତି ଉତ୍ୟକ୍ତ ଲୋକ । ଗତକାଲି ରାତିରେ ପୁରୀର ଦୁଇଟି ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହେବା ସହ ପୋଡାଜଳା ହୋଇଛି । ପୁରୀ ସଦର ଥାନା ମଙ୍ଗଳାଘାଟ ଛକ ନିକଟରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ହୋଇଛି ।

ଛକରେ ସିମେଂଟ ଦୋକାନ କରିଥିବା ମାଧିଆ ଦଳେଇ ନିକଟସ୍ଥ ଅଂଚଳର ଲୋକଙ୍କ ବିଭିନ୍ନ ସମୟରେ ମାଡ ମାରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛନ୍ତି । ଗତକାଲି ମଧ୍ୟ ଦୋକାନୀ ଜଣଙ୍କ ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ । ଏନେଇ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାର ପ୍ରତିବାଦରେ ରାତିରେ ତାତି ଉଠିଥିଲେ ସ୍ଥାନୀୟ ବାସିନ୍ଦା ।

ଆଉ ସିମେଂଟ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ଅଭିଯୁକ୍ତ ମାଧିଆ ଦଳେଇଙ୍କ ଗିରଫ ଦାବିରେ ପୁରୀ-ବ୍ରହ୍ମଗିରି ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ତେବେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପୁଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ସେପଟେ ସେହି ସଦର ଥାନା ଛଇତନା ବଜାରରେ ମଧ୍ୟ ଦେଖାଦେଇଥିଲା ରାଜନୈତିକ ହିଂସା ।