ପୁରୀରେ ଟ୍ରଲିରେ ପର୍ଯ୍ୟଟକଙ୍କ ମୃତଦେହ ବୁହା ଘଟଣା : ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

24

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀରେ ଟ୍ରଲିରେ ପର୍ଯ୍ୟଟକଙ୍କ ମୃତଦେହ ବୁହା ଘଟଣା । ଜିଲ୍ଲାପାଳ ଓ ରେଲବାଇ ଆଇଜିଙ୍କୁ ରିପୋର୍ଟ ତଲବ କରାଯାଇଛି । ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି । ମଧ୍ୟପ୍ରଦେଶ ସିନ୍ଧୁୱାଡାର ଧୁନି ୱାନ୍ଦେୱାର ନାମକ ଜଣେ ପର୍ଯ୍ୟଟକଙ୍କ ମୃତଦେବକୁ ଏକ ଟ୍ରଲିରେ ବୁହା ହୋଇଥିଲା । ଏହି ଖବର ଗଣାମାଧ୍ୟମରେ ପ୍ରସାରଣ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନର ।

ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ସଦର ଚିକିତ୍ସାଳୟରୁ ଟ୍ରଲି ସାହାଯ୍ୟରେ ତାଙ୍କ ମୃତଦେହକୁ ମଶାଣି ନିଆଯାଇଥିଲା । ଖବର ପାଇ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ, ଉପଜିଲ୍ଲାପାଳ ମଧୁସୂଦନ ଦାଶ ପହଂଚି ଶବକୁ ଆମ୍ବୁଲାନ୍ସରେ ନେବା ବ୍ୟବସ୍ଥା କରିଥିଲେ । ମହାପ୍ରୟାଣ ଗାଡିର ବନ୍ଦୋବସ୍ତ ପରେ ସ୍ୱର୍ଗଦ୍ୱାରରେ ଶବସତ୍କାର କରାଯାଇଥିଲା । ପର୍ଯ୍ୟଟକଙ୍କ ଶବକୁ ଟ୍ରଲିରେ ନେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।