ଶ୍ରୀମନ୍ଦିରରେ ବନ୍ଦ ହେବ ଗର୍ଭଗୃହ ଦର୍ଶନ ! ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲେ ରାଜ୍ୟ ସରକାର

39

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବନ୍ଦ ହେବ ଗର୍ଭଗୃହ ଦର୍ଶନ । ଗର୍ଭଗୃହ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର କମିଶନଙ୍କ ସୁପାରିଶ ଅନୁସାରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭଗୃହକୁ କେବଳ ସେବାୟତ ଯାଇପାରିବେ ଭକ୍ତ ଯାଇପାରିବେ ନାହିଁ   । ଜଗମୋହନ ମରାମତି ଯୋଗୁଁ ଏବେ ଗର୍ଭଗୃହ ଓ ଭିତରକାଠ ଦର୍ଶନ ବନ୍ଦ ରହିଛି ।

୨୦୧୬ ଜାନୁଆରୀରୁ ଭକ୍ତମାନେ ନାଟମଣ୍ଡପର ବାହାର କାଠ ଭିତରୁ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଭିତରକାଠ ନିକଟରୁ ଭକ୍ତ ଓ ଭିଆଇପି ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ଏହାର ଉଲ୍ଲଂଙ୍ଘନ ହେଲେ ଜୋରିମାନା ଆଦାୟ କରିବାକୁ କମିଶନ ସୁପାରିଶ କରିଛନ୍ତି । ଆଉ ଏହାକୁ ସରକାର ଅନୁମୋଦନ ଦେଇଛନ୍ତି ଓ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପ୍ରଶାସକକୁ ଚିଠି ଆସିଛି ।