ମାଡିଆସୁଛି ଶ୍ରୀମନ୍ଦିରକୁ ବଡ ବିପଦ ! ନାଟମଣ୍ଡପର ଗରୁଡ଼ସ୍ତମ୍ଭ ନିକଟରେ ଦବୁଛି ବିମ୍, ୧୬ରୁ ଆରମ୍ଭ ହେବ ଯାଂଚ୍ ପ୍ରକ୍ରିୟା

42

କନକ ବ୍ୟୁରୋ: ମାଡିଆସୁଛି ଶ୍ରୀମନ୍ଦିରକୁ ବିପଦ । ଶ୍ରୀମନ୍ଦିର ନାଟମଣ୍ଡପର ଗରୁଡ଼ସ୍ତମ୍ଭ ନିକଟରେ ବିମ୍ ଦବୁଛି । ଏଭଳି ଅଭିଯୋଗ ଆସିବା ପରେ ଆସନ୍ତା ୧୬ରେ ଶ୍ରୀମନ୍ଦିର ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଂଚ୍ ହେବ । ଏଥିପାଇଁ ରଥଯାତ୍ରା ପରଦିନ ଅର୍ଥାତ୍ ୧୫ ତାରିଖରେ ଜଗମୋହନ ଓ ଗର୍ଭଗୃହରେ ଭାରବନ୍ଧା ହେବ । ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ କୋର କମିଟି ଓ ଯୁଗ୍ମ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯାଂଚ୍ କରାଯିବ । ଯାଂଚ୍ ପରେ ୧୬ରୁ ୨୩ ମଧ୍ୟରେ ଗର୍ଭଗୃହର ସଂରକ୍ଷଣ କାର୍ଯ୍ୟ ଶେଷ ହେବ । ଏନେଇ ୧୬ରେ ରୁରକିସ୍ଥିତ ସିବିଆରଆଇର ବିଶେଷଜ୍ଞ ଦଳ ରାଜ୍ୟରେ ପହଂଚିବ ।

ଚଳିତବର୍ଷ ଜଗମୋହନ ମରାମତି କାମ ଶେଷ ହୋଇଥିବା ବେଳେ ଏହି କମିଟି ଜଗମୋହନର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବ । ଜଗମୋହନ ଓ ନାଟମଣ୍ଡପର ସଂଯୋଗସ୍ଥଳର ଯାଚ୍ ୧୬ରୁ ଆରମ୍ଭ ହୋଇ ୨୪ରେ ଶେଷ ହେବ । ଏହି ଟିମ ଜରିଆରେ ଲୋଡସେଲ ସ୍ଥାପନ କରାଯିବ । ଜଗମୋହନରେ ପୋର୍ଟାଲ ଫ୍ରେମ ଲଗାଯାଇଛି । ପଥରକୁ ଭାରାଦେଇ ରହିଛି ପୋର୍ଟାଲ ଫ୍ରେମ । ପୋର୍ଟାଲ ଫ୍ରେମ ଉପରେ ପଥର ଚାପ କେଚେ ରହୁଛି, କେତେ ପରିମାଣର ଚାପ ବଢୁଛି ଓ ଜଗମୋହନକୁ ପୋର୍ଟାଲ ଫ୍ରେମ କେତେ ଦୂର ସୁରକ୍ଷା ଦେଇପାରୁଛି ଏସବୁର ଆକଳନ ଲୋଡସେଲ କରିବ ।

ମିଳିଥିବା ସୂଚନା ମୁତାବକ, ଯାଞ୍ଚ ପରେ ୧୬ରୁ ୨୩ ତାରିଖ ମଧ୍ୟରେ ଗର୍ଭଗୃହର ସଂରକ୍ଷଣ କାର୍ଯ୍ୟ ଶେଷ ହେବ। ଚଳିତ ବର୍ଷ ଜଗମୋହନ ମରାମତି କାମ ଶେଷ ହୋଇଥିବା ବେଳେ ଏହି କମିଟି ଜଗମୋହନର ସ୍ଥିତି ମଧ୍ୟ ଯାଞ୍ଚ କରିବ। ୧୬ ତାରିଖରେ ରୁର୍କିସ୍ଥିତ ସିବିଆରଆଇର ବିଶେଷଜ୍ଞ ଦଳ ପହଞ୍ଚିବେ। ଏହି ଟିମ୍ ଜରିଆର ଜଗମୋହନରେ ଲୋଡସେଲ୍ ସ୍ଥାପନ କରାଯିବ। ଲୋଡସେଲ୍ ସ୍ଥାପନକୁ ଏଏସଆଇ ଡିଜିଙ୍କ ପକ୍ଷରୁ ମଂଜୁରି ମିଳି ସାରିଛି। ଜଗମୋହନରେ ପୋର୍ଟାଲ ଫ୍ରେମ୍ ଲଗାଯାଇଛି। ପଥରକୁ ଭାରା ଦେଇ ରହିଛି ପୋଟାଲ ଫ୍ରେମ୍।

ପୋଟାଲ ଫ୍ରେମ୍ ଉପରେ ପଥର ଚାପ କେତେ ରହୁଛି, କେତେ ପରିମାଣର ଚାପ ବଢୁଛି ଓ ଜଗମୋହନକୁ ପୋର୍ଟାଲ ଫ୍ରେମ୍ କେତେ ଦୂର ସୁରକ୍ଷା ଦେଇପାରୁଛି ଏ ସବୁର ଆକଳନ ଲୋଡସେଲ୍ କରିବ। ସେହିଭଳି ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ନାଟମଣ୍ଡପର ସ୍ଥିତି ଯାଞ୍ଚ ହେବ। ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳ ମରାମତି କାମ ୧୬ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ମଧ୍ୟରେ ସରିବ। ସେଠାରେ ୩ଟି ବିମ୍ ସ୍ଥାପନ ହେବ। ଏହି ସମୟ ମଧ୍ୟରେ ଜଗମୋହନରେ ଏସି ଲାଗିବ। ଏହା ସହିତ ଗର୍ଭଗୃହ ଓ ଜଗମୋହନର ବାୟୁ ନିଷ୍କାସନ ବ୍ୟବସ୍ଥା ଯାଞ୍ଚ କରାଯିବ।