ବଡ ଦେଉଳରେ ବାନା ବିବାଦ ! ମୁହାଁମୁହିଁ ଦଇତାପତି ଓ ଚୁନାରା ସେବାୟତ ନିଯୋଗ

62

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପୁଣି ବିବାଦ । ଏଥର ବଡ ଦେଉଳରେ ବଡ ନେତ ପତିତପାବନ ବାନାକୁ ନେଇ ଉଠିଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ଦଇତାପତି ନିଯୋଗ ଓ ଚୁନାରା ସେବାୟତ ନିଯୋଗ ।

ଶ୍ରୀମନ୍ଦିରର ପତିତପାବନ ବାନା ଉପରେ କାହାର ରହିଛି ଅଧିକାର । ଏହାକୁ ନେଇ ଉଠିଛି ବିବାଦ । ଦଇତାପତି ନିଯୋଗ ଅଭିଯୋଗ କରିଛି ବିଧିମୁତାବକ ସ୍ନାନ ପୂଣ୍ଣିମା ପୂର୍ବରୁ ରହିଥାଏ ଦଇତାପତି ପ୍ରବେଶ ନୀତି । ସେହି ଦିନଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଧ୍ୱଜା , ପିଣ୍ଡିକା ଓ ପାରମାଣିକ ପ୍ରାପ୍ୟ ହେଉଛି ଦଇତାପତିଙ୍କର ।ତେଣୁ ସେହି ସମୟ ମଧ୍ୟରେ ବାନା ପ୍ରାପ୍ୟ ମଧ୍ୟ ଦଇତାପତିଙ୍କର ।

ଅନ୍ୟପଟେ ଚୁନାରା ସେବାୟତ କହିଛନ୍ତି ପତିତପାବନ ବାନା ଉପରେ କେବଳ ଚୁନାରାଙ୍କ ଅଧିକାର ରହିଛି । ଆଉ ବର୍ଷତମାମ ବାନା ପ୍ରାପ୍ୟ ତାଙ୍କର । ତାପରେ ସତ୍ୱଲିପିରେ ଧ୍ୱଜା କିଏ ନେବ ସେନେଇ କିଛି ଉଲ୍ଲେଖ ହୋଇନାହିଁ ।

ଏହି ମାମଲା ଏବେ କୋର୍ଟର ପହଂଚିଛି । ଆଉ ଏହି ପବିତ୍ର ବାନାରୁ କିଏ ପାଇବ ଟଙ୍କା ତାକୁ ନେଇ ବିବାଦ ।