ଜଗନ୍ନାଥଙ୍କ ନୀତି ସହ ଖେଳ ଖେଳିଲେ ଛଡା ଯିବନି : ପୁରୀ ଜିଲ୍ଲାପାଳ

41

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀଜଗନ୍ନାଥଙ୍କ ନୀତି ସହ ଖେଳ ଖେଳିଲେ ଛଡାଯିବନି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଏହା ସହ କହିଛନ୍ତି ବିଶୃଙ୍ଖଳାକାରୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ସମର୍ଥନ ରହିଥିବା କହିଛନ୍ତି ଜିଲ୍ଲାପାଳ । ଏପରିକି ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ଥାନାରେ କରିଥିବା ମାମଲାକୁ ପ୍ରତ୍ୟାହାର ପାଇଁ ତାଙ୍କ ଉପରେ କୌଣସି ଚାପ ନଥିବା ସ୍ପଷ୍ଟ କରିଛନ୍ତି ଅରବିନ୍ଦ ଅଗ୍ରୱାଲ । ତେବେ ବ୍ୟକ୍ତିଗତ ଭାବେ ତାଙ୍କ ପ୍ରତି ଦୁର୍ବ୍ୟବହାର ହୋଇଥିଲେ ସେ ଚୁପ ରହିଥାନ୍ତେ। କିନ୍ତୁ ମହାପ୍ରଭୁଙ୍କ ପ୍ରତି ହୋଇଥିବା ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକଠୋକ କହିଛନ୍ତି ଜିଲ୍ଲାପାଳ।