ପୁରୀ : ରାହାଗିରିରେ ଗୀତର ତାଳେ ତାଳେ ନାଚିଲେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

42

କନକ ବ୍ୟୁରୋ : ପୁରୀରେ ରାହାଗିରି ଉତ୍ସବରେ ନାଚିଲେ ଜିଲ୍ଲାପାଳ । ସିନେମା ଗୀତର ତାଳେ ତାଳେ ନାଚିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ସିନେଷ୍ଟାରଙ୍କ ସହ ପାଦକୁ ପାଦ ମିଶାଇ ଜିଲ୍ଲାପାଳଙ୍କ ଡ୍ୟାନ୍ସ, ବେଶ ଆମୋଦିତ କରିଥିଲା ଉପସ୍ଥିତ ଲୋକଙ୍କୁ । ପୂର୍ବରୁ ମଧ୍ୟ ବିଚ୍ କାର୍ଣ୍ଣିଭାଲରେ ଜିଲ୍ଲାପାଳ ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କ ସହ ନାଚିଥିଲେ ।

ଆଜି ପୁରୀ ଭିଆଇପି ରୋଡରେ ଅନୁଷ୍ଠିତ ରାହାଗିରିରେ ମଧ୍ୟ ଜିଲ୍ଲାପାଳ ବିନ୍ଦାସ ନାଚିଥିଲେ । ପୁରୀବାସୀଙ୍କ ଅନୁରୋଧ କ୍ରମେ ଜିଲ୍ଲା ପ୍ରଶାସନ ଓ ରୋଟାରୀ ସହଯୋଗରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ରାହାଗିରି । ଆସନ୍ତା ୮ଟି ରବିବାର ଏହି ରାହାଗିରି ଉତ୍ସବ ପାଳନ କରାଯିବ । ଆଜି ପୁରୀ ସହରରେ ରାହାଗିରି ମାନିଆ ଦେଖିବାକୁ ମିଳିଥିଲା । ସାହିଯାତ, ଘୋଡାନାଚ ଠାରୁ ଆରମ୍ଭ କରି ଚକୁଳିଆ ପଣ୍ଡା, ମାଲଖମ୍ବର ମଜା ଉଠାଇଥିଲେ ଲୋକ ।

ଦେଖନ୍ତୁ ଏହି ଭିଡିଓ :