ଆଜି ଚିତାଲାଗି ଅମାବାସ୍ୟ ! ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ସୁବର୍ଣ୍ଣ ଚିତା

31

କନକ ବ୍ୟୁରୋ : ଆଜି ଚିତାଲାଗି ଅମାବାସ୍ୟା । ପରମ୍ପରା ଅନୁସାରେ ଶ୍ରାବଣ ଅମାବାସ୍ୟା ତିଥିରେ ରତ୍ନସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କୁ ଦୁର୍ଲଭ ରତ୍ନଖଚିତ ଚିତାଲାଗି ହେବାକୁ ଯାଉଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଏହି ଚିତଲାଗି ଆରମ୍ଭ ହେବ । ଏଥିପାଇଁ ଅପରାହ୍ନ ଗୋଟାଏରୁ ଅପରାହ୍ନ ୫ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ଏହି ସମୟରେ ଦର୍ଶନ ପାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।