ରଥଖଳାକୁ ବିଜେ ହେଲା ଆଜ୍ଞାମାଳ : ଚକ, ଅଖ, ଡେରା କାର୍ଯ୍ୟ ଅନୁକୂଳ

34

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ଆଜି ଭଉଁରୀ ତିଥୀରେ ପରମ୍ପରା ମୁତାବକ ଶ୍ରୀଜୀଉଙ୍କ ୩ ରଥର ଚକ, ଅଖ ସଂଯୋଗ ନୀତି ଅନୁକୂଳ ହୋଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ପାଣି ପଡି ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ଏହାପରେ ମହାରଣା ସେବାୟତମାନେ ଶାଢୀବାନ୍ଧି ପୂଜାପଂଡାଙ୍କଠାରୁ ଆଜ୍ଞାମାଳ ଗ୍ରହଣ କରିଥିଲେ । ଏହାପରେ ତିନି ରଥର ୬ଟି ଚକ ଓ ଅଖ ସଂଯୋଗ ଅନୁକୂଳ କରାଯାଇଛି ।