ପୁରୀ ସଦଭାବନା ଗୃହରେ ରଥଯାତ୍ରା ପ୍ରସ୍ତୁତି : ଆରଡିସିଙ୍କ ଅଧ୍ୟକ୍ଷତାରେ ଚାଲିଛି ପ୍ରଥମ ସମନ୍ୱୟ କମିଟି ବୈଠକ

31

କନକ ବ୍ୟୁରୋ : ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ପୁରୀ ସଦଭାବନା ଗୃହରେ ବସିଛି ପ୍ରଥମ ସମନ୍ୱୟ କମିଟି ବୈଠକ । ଆରଡିସି ଏବି.ଓତାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । କେନ୍ଦ୍ରାଂଚଳ ଆରକ୍ଷୀ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ. ଏସପି ସାର୍ଥକ ଷଡଙ୍ଗୀ. ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ସେବାୟତ ଉପସ୍ଥିତ ରହିଛନ୍ତି ।  ତେବେ ଆଜିର ବୈଠକରେ ସେବାୟତମାନେ ଯୋଗଦେବେ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।

ଗତବର୍ଷ ନିଳାଦ୍ରୀ ବିଜେ ସମୟରେ ମହିଳା ଶ୍ରଦ୍ଧାଳୁ ରଥ ଉପରକୁ ଚଢିବା ନେଇ ବିବାଦ ହୋଇଥିଲା । ଏହାକୁ ନେଇ ସେବାୟତ ମାନେ ବୈଠକରେ ଯୋଗଦେବେ ନାହିଁ ବୋଲି ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଅଭିମାନ ଭରା ପୋଷ୍ଟର ମାରିଥିଲେ । ଆଜି ବସିଥିବା ବୈଠକରେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ, ପରିମଳ ଓ ରଥ ନିର୍ମାଣ ପ୍ରସଙ୍ଗରେ ଏହି ଆଲୋଚନା ହେବ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –