ପୁରୀରେ ଆଜି ବସୁଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ

45

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ଆଜି ବସୁଛି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅଖିଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ବିଶେଷ କରି ପ୍ରଥମ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗକୁ ମଗାଯାଇଥିବା ଆକ୍ସନ ପ୍ଲାନ ରିପୋର୍ଟ ଉପରେ ଆଲୋଚନା କରାଯିବ। ଆଗାମୀ ରଥଯାତ୍ରା ପାଇଁ ପୌର ସଂସ୍ଥା, ସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ଆକ୍ସନ ପ୍ଲାନ । ଏହି ତିନି ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ ପରେ ରଥଯାତ୍ରା ପରିଚାଳନା ନେଇ ପ୍ରସ୍ତୁତ ହେବ କାର୍ଯ୍ୟ ସାରଣୀ । ଆସନ୍ତା ଜୁନ୍ ୨୦ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୫ରେ ନବଯୌବନ ଦର୍ଶନ ଏବଂ ଜୁଲାଇ ୬ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜିର ବୈଠକରେ ସ୍ୱତନ୍ତ୍ର ଆଲୋଚନା ହେବ । ଏଥିରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଆଇଜି ଓ ଏସପିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେବେ ।