ଭୁଷୁଡିପାରେ ପୁରୀ ସମଯାଜପୁର ଓଭରବ୍ରିଜ୍ : ଏନଏଚଏଆଇ

25

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଠାକୁରଙ୍କୁ ଠକିଦେଲେ । ଧରାପଡିଗଲା ନବକଳେବର ସ୍କାମ୍ । ଯେକୌଣସି ସମୟରେ ଭୁଷୁଡିପଡିବ ପୁରୀ ସମଯାଜପୁର ଓଭରବ୍ରିଜ । ଏଭଳି ଆଶଙ୍କା କରିଛି ଏନ୍ଏଚ୍ଏଆଇ । ବର୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଓଭରବ୍ରିଜ । ଅତିଶୀଘ୍ର ଏହାର ମରାମତି ଆବଶ୍ୟକ । ଜାତୀୟ ରାଜପଥ ପ୍ରାଧୀକରଣ ଅଧିକାରୀଙ୍କ ଏହି ଆଶଙ୍କା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ନବକଳେବର ଭିତିଭୂମି ତଦାରଖ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସହ ଜିଲ୍ଲାପାଳ  ଓ ଏନଏଚଏଆଇ ଅଧିକାରୀ ସାମିଲ ହୋଇଛନ୍ତି । ତୁରନ୍ତ ଓଭରବ୍ରିଜ୍ ମରାମତି କରିବାକୁ ବୈଠକରେ ନିଷ୍ପତି ହୋଇଛି ।