ପାଣି ପାଇଁ ହାହାକାର : ବ୍ରହ୍ମଗିରିରେ ପାଣି ପାଇଁ ଲମ୍ବା ଲାଇନ୍

25

କନକ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ମୁନ୍ଦାଏ ପାଣି ଆଉଟ ପାଉଟ ହେଉଛନ୍ତି ଲୋକେ । ପ୍ରବଳ ଖରାରେ ନଦୀ, ନାଳ ପୋଖରୀ ଶୁଖିଯାଇଛି । ୫ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ କୂଆପଦା ପଂଚାୟତରେ ଏକ ପମ୍ପ ହାଉସ ନିର୍ମାଣ କରାଯାଇଥିଲା । କିନ୍ତୁ ପମ୍ପ ହାଉସରୁ ଯାଉଥିବା ପାଣି ଗାଁରେ ପହଚିଂପାରୁନଥିବା ଅଭିଯୋଗ ହୋଇଛି ।

ସେପଟେ ଗାଁରେ ଲୋକଙ୍କୁ ପାଣି ଯୋଗାଇବା ପାଇଁ ଯେଉଁ କେତୋଟି ନଳକୂପ ଅଛି ସେଗୁଡିକ ମଧ୍ୟ ଅଚଳ ହୋଇପଡିଛି । ଫଳରେ ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଘଂଟା ଘଂଟା ଧରି ଲାଇନ ପାଇଁ ନଳକୂପ ଆଗରେ ଲମ୍ବା ଲାଇନ ଲଗାଇବାକୁ ପଡୁଛି ।