ପୁରୀରେ ଫାଷ୍ଟଫୁଡ୍ ଦୋକାନ ଉପରେ ବୋମାମାଡ : ୨ ଗୁରୁତର

16

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବୋମାମାଡରେ ଥରିଉଠିଲା ଶ୍ରୀକ୍ଷେତ୍ର । ପୁରୀର ଏକ ଫାଷ୍ଟଫୁଡ୍ ଦୋକାନ ଉପରେ ତିନି ତିନିଟି ବୋମାମାଡ ହୋଇଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି। ସନ୍ଧ୍ୟା ପ୍ରାୟ ସାଢେ ୬ ଟା ସମୟରେ ପୁରୀ ସଦର ଥାନା ଅଠରନଳା ନିକଟ ତନ୍ଦୁରୀ ନାଇଟସ ଫାଷ୍ଟଫୁଡ୍ ଦୋକାନ ଉପରେ ବୋମାମାଡ ହୋଇଛି ।

ମୁହଁରେ କଳାକନା ବାନ୍ଧି ଦୁବୃତ ଦୋକାନ ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଦୋକାନ ଭାଂଗିରୁଜି ଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ତଦନ୍ତ କରିଛି । ଦୋକାନୀଙ୍କ କହିବାନୁଯାୟୀ, ଗତକାଲି ଚନ୍ଦନପୁର ଥାନା ଚାଳିଶିବାଟିଆ ଗାଁର ତିନି ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ହୋଟେଲରେ ଖାଇବା ପରେ ଟଂକା ନଦେଇ ଗଣ୍ଡୋଗଳ କରିଥିଲେ । ଆଜି ସେହି କାରଣରୁ ସେମାନେ ବୋମାମାଡ କରିଥିବା ଦୋକାନୀ କହିଛନ୍ତି।