ପୁରୀ: ଗୋବର୍ଦ୍ଧନ ପୀଠରେ ବିମଳା ମନ୍ଦିରକୁ ନେଇ ଉଠିଲା ଆପତ୍ତି

45

କନକ ବ୍ୟୁରୋ: ସେବାୟତ ବନାମ ଶଙ୍କରାଚାର୍ଯ୍ୟ । ପୁରୀର ଗୋବର୍ଦ୍ଧନ ପୀଠରେ ବିମଳା ମନ୍ଦିରକୁ ନେଇ ଉଠିଲା ଆପତ୍ତି । ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ସେପଟେ ଗୋବର୍ଦ୍ଧନ ପୀଠର ପୀଠେଶ୍ୱରୀ ମଧ୍ୟ ହେଉଛନ୍ତି ବିମଳା । ଏଠାରେ ଆସନ୍ତା ୧୭ ତାରିଖରେ ପ୍ରତିଷ୍ଠା ହେବ ମାଆଙ୍କର ଅନ୍ୟ ଏକ ମନ୍ଦିର । ଏଥିରେ ସ୍ଥାପନ ହେବେ ୪ ଫୁଟର କଳାମୁଗୁନି ପ୍ରତିମା । ଏହି ମନ୍ଦିର ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ।

ଭକ୍ତଙ୍କ ସୁବିଧା ପାଇଁ ଏହି ମନ୍ଦିର ନିର୍ମାଣ ହେଉଛି ବୋଲି ମଠ ପକ୍ଷରୁ କୁହାଯାଇଛି । ଆରପଟେ ଧାର୍ମିକ ବ୍ୟବସ୍ଥାରେ ସର୍ବୋଚ୍ଚ ନିଷ୍ପତି ଜଗଦଗୁରê ଶଙ୍କରାଚାର୍ଯ୍ୟଙ୍କ ହୋଇଥିବା ବେଳେ କିଭଳି ଭାବେ ଓ କେଉଁ ଉଦ୍ଦେଶ୍ୟରେ ଆଉ ଏକ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରାଯାଉଛି  ବୋଲି ପ୍ରଶ୍ନ କରିଛନ୍ତି ଦଇତାପତି ସେବାୟତ । ଗୁରୁଜୀ ଏଇ ପ୍ରସଙ୍ଗରେ ନିଜର  ସ୍ପଷ୍ଟ ମତ ସର୍ବ ସମ୍ମୁଖରେ ରଖିବାକୁ ସିଂହାରୀ ଓ ଦଇତାପତି ସେବାୟତ ଦାବି କରିଛନ୍ତି ।