ସରିଲା ପୁରୀ ବିଚ୍ କାର୍ନିଭାଲ : ଶେଷ ସଂଧ୍ୟାରେ ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଦେଖିବାକୁ ପ୍ରବଳ ଭିଡ

43

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ୭ଦିନ ଧରି ଚାଲିଥିବା ପୁରୀ ବିଚ୍ କାର୍ନିଭାଲ ଶେଷ ହୋଇଛି । ଉଦଘାଟନୀ ସଂଧ୍ୟାରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଆରମ୍ଭରେ ବ୍ରାଜିଲର କାର୍ନିଭାଲ ଗର୍ଲଙ୍କ ନୃତ୍ୟ ଲୋକଙ୍କ ମନକୁ କିଣି ନେଇଥିଲା । ନୃତ୍ୟଗୀତ ସହ ଆଧୁନିକ, ପପ୍ ଓ ଲୋକପ୍ରିୟ ରଙ୍ଗବତୀ ଗୀତ ଲୋକଙ୍କ ମନକୁ କିଣିନେଇଥିଲା ।

ପୁରୀ ବିଚ୍ କାର୍ନିଭାଲକୁ ନେଇ ଲୋକ ଉତ୍ସାହିତ ଥିବା ବେଳେ ଶେଷ ସଂଧ୍ୟାରେ ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କ ଉପସ୍ଥିତି ସମସ୍ତଙ୍କୁ ମୁଗ୍ଧ କରିଥିଲା । ଗୋବିନ୍ଦାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା । ଗୋବିନ୍ଦାଙ୍କ କମେଡି ସଂଳାପ, ଗୀତ ଲୋକଙ୍କ ଭରପୁର ମନୋରଂଜନ ଦେଇଥିଲା । ଲାଲ ଦୁପଟ୍ଟା ବାଲୀ ଗୀତରେ ଗୋବିନ୍ଦାଙ୍କ ସହ ପୁରୀ ଜିଲ୍ଲାପାଳ ମଧ୍ୟ ନାଚିଥିବା ଦେଖିବାକୁ ମିଳିଥିଲା ।

ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା ପ୍ରଥମ ପୁରୀ ବିଚ୍ କାର୍ନିଭାଲ । ଗୋଆ ବିଚ୍ କାର୍ନିବାଲ ଢଙ୍ଗରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ଉଦ୍ୟମ ହୋଇଥିବା ବେଳେ ଏହା ବେଶ୍ ସଫଳ ହୋଇଥିବା କୁହାଯାଉଛି । ପୁରୀ ବିଚ୍ ଫେଷ୍ଟିଭାଲକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।