ସରିଲା କୋଣାର୍କ ମହୋତ୍ସବ, ଆରମ୍ଭ ହେଲା ପୁରୀ ବିଚ କାର୍ଣ୍ଣିଭାଲ ଫେଷ୍ଟିଭାଲ ! ହ୍ୟୁମାନ ସାଗରଙ୍କ ଗୀତରେ ଝୁମିଲେ ଦର୍ଶକ, ବିଦେଶୀ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଲା ଓଡ଼ିଶୀ ନୃତ୍ୟ

30

କନକ ବ୍ୟୁରୋ : ୩ ଦିନ ଧରି ଚାଲିଥିବା କୋଣାର୍କ ମହୋତ୍ସବ ଗତକାଲି ଶେଷ ହୋଇଛି । ଶେଷ ସଂନ୍ଧ୍ୟାରେ ଓଡିଶୀ ନୃତ୍ୟ ସହିତ କଥକ ଓ ରାଜସ୍ଥାନୀ ଲୋକ ନୃତ୍ୟକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ । ସେହିପରି ପୁରୀ ବିଚ କାର୍ଣ୍ଣିଭାଲ ଫେଷ୍ଟିଭାଲରେ କଣ୍ଠ ଶିଳ୍ପୀ ହୁମ୍ୟାନ ସାଗରଙ୍କ ଗୀତରେ ଝୁମିଛନ୍ତି ଲୋକେ ।

ଉଦଯାପିତ ହୋଇଛି କୋଣାର୍କ ନୃତ୍ୟ ସଂଗୀତ ମହୋତ୍ସବ । ଉଦଯାପନୀ ସଂଧ୍ୟାରେ ରାଜସ୍ଥାନୀ ଲୋକନୃତ୍ୟ, ଓଡିଶୀ ନୃତ୍ୟ ଓ କଥକ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଯାହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା । ପରେ ଗୁରୁ ଲିଙ୍ଗରାଜ ସ୍ୱାଇଁ ଓ ସାଥୀମାନେ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ । ଏହି ଅବସରରେ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ଡଃ ଜାମାନୀ କ୍ରିଷ୍ଣାମୃର୍ତୀଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ପୁରୀରେ ଆରମ୍ଭ ହୋଇଛି ମେଗା ବିଚ୍ କାର୍ଣ୍ଣିଭାଲ । ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁ ଏଥିରେ ସାମିଲ ହୋଇଥିଲେ । ଏହାପରେ ସଂଧ୍ୟାରେ ଜମିଥିଲା ସାଂସ୍କୃତିକ ଆସର । ବନ୍ଦେ ମାତରମ୍ ସଂଗୀତ ଓ ନୃତ୍ୟରୁ ଆରମ୍ଭ ହୋଇଥିଲା ସଂଧ୍ୟାର କାର୍ଯ୍ୟକ୍ରମ । ଏହାପରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଆଣ୍ଡ ଟ୍ରୁପଙ୍କ ସଂଗୀତ ସଂଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲା । କୋଣାର୍କ ଫେଷ୍ଟିଭାଲ ଓ ପୁରୀର ବିଚ୍ କାର୍ଣ୍ଣିଭାଲ ଫେଷ୍ଟିଭାଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିବା ସହ ଖୁବ ମନୋରଂଜନ କରିଥିଲେ ।