ପୁରୀ ବିଚ୍ କାର୍ଣ୍ଣିଭାଲରେ ଧୁମ୍ ମଚେଇଲେ ବିଦେଶୀ ନୃତ୍ୟଶିଳ୍ପୀ : ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ଷ୍ଟାର ସମ୍ବିତ ଓ ଏଲିନା

32

କନକ ବ୍ୟୁରୋ : ପୁରୀ ମହୋତ୍ସବର ଆସର । ୫ ଦିନ ହେଲାଣି ମହୋଦଧି ବେଳାଭୂମୀର ଶୀତୁଆ ସଂଧ୍ୟାକୁ ସ୍ମରଣୀୟ କରୁଛନ୍ତି କଳାକାର । ନାଚଗୀତର ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ପଂଚମ ସଂଧ୍ୟା ଆରମ୍ଭ ହୋଇଥିଲା ବିଦେଶିନୀଙ୍କ ନୃତ୍ୟରୁ । ବ୍ରାଜିଲର ସାମ୍ବା ନୃତ୍ୟ ବେଳାଭୂମୀର ଶୀତୁଆ ସଂଧ୍ୟାକୁ ସ୍ୱାଗତ କରିଥିଲା । ତା’ପରେ କାର୍ନିଭାଲ ଗାର୍ଲଙ୍କ ମାର୍ଶାଲ ଆର୍ଟକୁ ନେଇ ଫ୍ୟୁଜନ୍ ନୃତ୍ୟ ଦର୍ଶକଙ୍କୁ ବାକ୍ ଶୂନ୍ୟ କରିଦେଇଥିଲା । ଏଭଳି ଭାବେ ବିଦେଶୀ କଳାକାରମାନେ ସେମାନଙ୍କ ନୃତ୍ୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜୟ କରିଛନ୍ତି ।

ବିଦେଶିନୀଙ୍କ ନୃତ୍ୟ ସାଙ୍ଗକୁ ଓଲିଉଡର କଳାକାର ସମ୍ବିତ ଓ ଏଲିନାଙ୍କ ତୁମକୁ ଦେଖିଲା ପରେ, ଟାଟୁ ବାଲି ଆଦି ନୃତ୍ୟର ଯାଦୁରେ ପୂରା ପରିବେଶ ରୋମାଂଟିକ୍ ହୋଇଥିଲା । ସମ୍ବିତ ନିଜ ଜନ୍ମ ମାଟିରେ ଆୟୋଜିତ ମହୋତ୍ସବରେ ସାମିଲ ହୋଇଥିବାରୁ ଖୁସି ଜାହିର କରିଛନ୍ତି । ଏଲିନା ଓ ସମ୍ବିତଙ୍କ ନୃତ୍ୟ ପରିବେଷଣ ପରେ ପାନ୍ଥନିିବାସ ନିକଟ ବେଳାଭୂମୀ ମଂଚକୁ ଆସିଥିଲେ ପପ୍ ସିଙ୍ଗର ଜେସିକା ଓ ଚଣ୍ଡି ପ୍ରସାଦ ।

ଜେସିକାଙ୍କ ଟ୍ୱିକିଂଲ ଟ୍ୱିକିଂଲ ଲିଟଲ ଷ୍ଟାର ଗୀତରେ ଝୁମି ଉଠିଥିଲେ ଦର୍ଶକ । ବିଚ୍ କାର୍ଣ୍ଣିଭାଲ ଚଳିତ ବର୍ଷ ପ୍ରଥମ ଥର ପାଇଁ କରାଯାଉଥିବାରୁ ଏହାର ଭରପୁର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଆଜି ସଂଧ୍ୟାରେ ଦର୍ଶକଙ୍କ ମନ ମୋହିବେ ଫୈଜଲ ପୁରିଆ ଓ ତାଙ୍କ ଟିମ୍, ଓଲିଉଡ ଷ୍ଟାର ଅର୍ଚିତା, ସବ୍ୟସାଚୀ ଏବଂ କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ଓ ଅନ୍ତରା ଚକ୍ରବର୍ତୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ :