ନୋ ଫ୍ଲାଇଂ ଜୋନ୍ ହେବନାହିଁ ବଡ଼ଦାଣ୍ଡ : ଆବେଦନ ଅଗ୍ରାହ୍ୟ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

27

କନକ ବ୍ୟୁରୋ :  ବଡ଼ଦାଣ୍ଡ ବିଶେଷ କରି ଶ୍ରୀମନ୍ଦିର ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଦିଆଯାଇଥିିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ । ଏ ସମ୍ପର୍କରେ ସୂଚନା ଦେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି ଯେ ବଡ଼ଦାଣ୍ଡକୁ ନୋ ଫ୍ଲାଇଙ୍ଗ୍‌ ଜୋନ ଘୋଷଣା କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ଏହାର ଉତ୍ତର ରଖିଛି ବେସାମରିକ ବିମାନ ଚଳଚଳ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଉଁ ଭୌଗଳିକ ସ୍ଥିତିରେ ବଡଦାଣ୍ଡ ଓ ଶ୍ରୀମନ୍ଦିର ରହିଛି ତାହା ଏକ ଆନ୍ତର୍ଜାତିକ ରୁଟ୍‌ । ତେଣୁ ତାକୁ ନୋ ଫ୍ଲାଇଙ୍ଗ୍‌ ଜୋନ ଘୋଷଣା କରିବା ସମ୍ଭବ ନୁହେଁ । ଅପରପକ୍ଷେ ଏହି ରୁଟ୍‌ରେ ବିମାନଗୁଡ଼ିକ ପ୍ରାୟ ୩୫ ହଜାର ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରିଥାନ୍ତି । ତେଣୁ ବଡ଼ଦାଣ୍ଡ କିମ୍ବା ଶ୍ରୀମନ୍ଦିର ଉପରକୁ କୌଣସି ବିପଦ ନାହିଁ । ଅପରପକ୍ଷେ ଯେତେବେଳେ କୌଣସି ଜରୁରି ପରିସ୍ଥିତିିରେ ବିମାନ ୧୦୦୦ ପୁଟ୍‌ ତଳକୁ ଖସିଆସିବ,ସେତେବେଳେ ଉପଯୁକ୍ତ ସିଗ୍‌ନାଲ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲିି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଏସପି ଶ୍ରୀ ଷଡଙ୍ଗୀ କହିଛନ୍ତି ।