ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ବଡଦାଣ୍ଡ

30

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ :  ଓଡିଶାକୁ ମୌସୁମୀ ଛୁଇଁବାବୁ ଆହୁରି ସପ୍ତାହେ ରହିଛି । ହେଲେ ପୁରୀ ବଡଦାଣ୍ଡର ପରିସ୍ଥିତି ଅସମ୍ଭାଳ ହୋଇଛି । ଅସରାଏ ବର୍ଷାରେ ସାଂଘାତିକ ଅବସ୍ଥା ହୋଇଛି ପୁରୀ ବଡଦାଣ୍ଡ ଓ ମେଡିକାଲ ଛକ । ଅବସ୍ଥା ଏପରି ହୋଇଯାଇଛି ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଜୁଆଡେ ଦେଖିବ ସିଆଡେ ପାଣି । ଗାଡି ଗୁଡିକର ଚକ ବୁଡିଯାଉଛି । ପୁରୀବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ନବକଳେବର ବେଳେ ଅଜସ୍ର ଟଙ୍କାର ଖର୍ଚ୍ଚ ହୋଇଥିବା ବେଳେ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ ।