ପୁରୀକୁ ବସ୍ ବନ୍ଦ । ଜାଣନ୍ତୁ କଣ ରହିଛି ଏହା ପଛର କାରଣ

33

କନକ ବ୍ୟୁରୋ : ପୁରୀ ବସ ମାଲିକ ସଂଘ ଏବଂ ଭୁବନେଶ୍ୱର ବସ ମାଲିକ ସଂଘ ମଧ୍ୟରେ ତେଜିଲା ବିବାଦ । ଆସନ୍ତାକାଲି ପୁରୀ ମାଲିକଙ୍କ ବସ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ । ପୁରୀ-କଟକ ରୁଟରେ ଆସୁଥିବା ସମସ୍ତ ବସକୁ ଅଟକାଇବାକୁ ନିଷ୍ପତି ହୋଇଛି । ଭୁବନେଶ୍ୱର ମାଲିକ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ପୁରୀ-କଟକ ରୁଟରେ ବସ ଅଟକାଇବା ଦ୍ୱାରା ଯାତ୍ରୀ ହଇରାଣ ହେବାର ଆଶଙ୍କା ରହିଛି ।

ପୁରୀ ଏବଂ ଭୁବନେଶ୍ୱରରେ ବସର ସମୟ ନିର୍ଘଣ୍ଟକୁ କେନ୍ଦ୍ର କରି ଉଭୟ ଅଞ୍ଚଳର ବସ୍ ମାଲିକଙ୍କ ମଧ୍ୟରେ ବିବାଦ ଗତ କିଛି ଦିନ ଧରି ଲାଗି ରହିଛି । ବସ୍ ଚଳାଚଳ ସମୟକୁ ନେଇ ଦୁଇ ମାଲିକ ସଂଘ ମଧ୍ୟରେ ବାରମ୍ବାର ବିବାଦ ଉପୁଜୁଛି। ପୂର୍ବରୁ ପୁଲିସର ମଧ୍ୟସ୍ଥତାରେ ଅନେକଥର ବୈଠକର ଆୟୋଜନ ହୋଇଛି। ମାତ୍ର ବୈଠକରେ ଯାହା ନିଷ୍ପତ୍ତି ହୋଇଥାଏ, ତାହା ଦୀର୍ଘ ସମୟ ପର‌୍ୟ୍ୟନ୍ତ କାର‌୍ୟ୍ୟକାରୀ ହୋଇପାରି ନ ଥିବା କିଛି ବସ୍ ମାଲିକ କହିଛନ୍ତି।