ଆଜି ହାଇକୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ପୁରୀ ଆଇନଜୀବୀ ଚନ୍ଦନ ବେହେରାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି

39

କନକ ବ୍ୟୁରୋ : ଆଜି ହାଇକୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ । ପୁରୀରେ ଆଇନଜୀବୀ ଚନ୍ଦନ ବେହେରାଙ୍କ ବିଭତ୍ସ ହତ୍ୟାକାଣ୍ଡକୁ ନିନ୍ଦା କରି ହାଇକୋର୍ଟ ବାର ଆସୋସିଏସନ୍ ଏଭଳି ନିଷ୍ପତି ନେଇଛି । ଏ ନେଇ ଗତକାଲି ହାଇକୋର୍ଟ ବାର୍ ଆସୋସିଏସନର ଏକ ବୈଠକରେ ନିଷ୍ପତି ନିଆଯାଇଥିଲ । ମୃତ ଚନ୍ଦନ ବେହେରା ଜଣେ ଲୋକପ୍ରିୟ ଆଇନଜୀବୀ ଏବଂ ସେ କେବଳ ପୁରୀର ନୁହେଁ କଟକ ହାଇକୋର୍ଟ ବାର ଆସୋସିଏସନର ମଧ୍ୟ ସଦସ୍ୟ ଥିଲେ । ତେଣୁ ତାଙ୍କର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଆଜି ହାଇକୋର୍ଟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଯଦି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଅଧିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ଆସୋସିଏସନ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ :