ଆଜି ରଥାରୁଢ ଶ୍ରୀଜିଉଙ୍କ ଅଧରପଣା ଲାଗି : ଜାଣନ୍ତୁ ଆଜିର ରୀତିକାନ୍ତ ସଂପର୍କରେ…

394

କନକ ବ୍ୟୁରୋ: ସୁନାବେଶରେ ଦର୍ଶନ ଦେବା ପରେ ଆଜି ଦ୍ଵାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ରଥ ଉପରେ ଅଧରପଣା ଲାଗି କରାଯିବ। ଅଧର ନୀତି ସହିତ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ। ରାତି ୮ଟା ସୁଦ୍ଧା ୩ ରଥରେ ଅଧର ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ତିନି ବାଡରେ ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଂହାସନରେ ବିରାଜମାନ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଆଜି ସେଥିରେ ଅଧରପଣା ପ୍ରସ୍ତୁତ ହେବ।

ନୀତି ନିର୍ଘଣ୍ଟ ମୁତାବକ ୬ଟାରୁ ୬ଟା ୩୦ ମଧ୍ୟରେ ମଙ୍ଗଳଆଳତି ହେବାକୁ ଥିବା ବେଳେ ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୂ ୧୦ଟା ୩୦ରେ ଗୋପାଳ ବଲ୍ଲଭ, ୧୧ଟା ୩୦ରୁ ୧୨ଟା୩୦ ସକାଳ ଧୂପ, ଗୋଟାଏ ୩୦ରେ ମହାସ୍ନାନ ସର୍ବାଙ୍ଗ, ୨ଟାରେ ବେଶ ଶେଷ, ୩ଟା ୩୦ରେ ମଧ୍ୟାହ୍ନ ଧୂପ ଥିବା ବେଳେ ରାତି ଆଠଟା ବେଳେ ଅଧର ପଣା ନୀତି ଶେଷ ହେବ। ଅଧର ପଣା ନୀତି ପରେ ମହାସ୍ନାନ, ମଇଲମ, ବେଶ, ସଂଧ୍ୟା ଆଳତି, ସଂଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି ବଡସିଂହାର ବେଶ, ବଡସିଂହାର ଭୋଗ ବଢ଼ି ଗରୁଡ଼ ଶୟନ ନୀତି ଶେଷ ହେବ। ଶେଷରେ ତିନି ରଥରେ ପହଡ ହେବ।