ସକାଳେ ମିଳୁଛି ସଜ ଅବଢା ! ଦିନ ୧୧ଟା ସୁଦ୍ଧା ଆନନ୍ଦବଜାରରେ ଲାଗୁଛି ଭକ୍ତଙ୍କ ଗହଳି

32

କନକ ବ୍ୟୁରୋ : ଏଣିକି ସଅଳ ମିଳୁଛି ଶ୍ରୀମନ୍ଦିର ଅବଢା । ଜଗମୋହନ ମରାମତି ପାଇଁ ପ୍ରାୟ ଏକ ବର୍ଷ ହେଲା ଶ୍ରୀଜୀଉଙ୍କ ନୀତି ଶୀଘ୍ର ଆରମ୍ଭ ହେଉଛି । ଫଳରେ ବେଶ୍ ସକାଳୁ ରୋଷଶାଳରେ ଆରମ୍ଭ ହୋଇଯାଉଛି କାମ । ଦିନ ୧୧ଟା ସୁଦ୍ଧା ମିଳିଯାଉଛି ମହାପ୍ରଭୁଙ୍କ ମହାପ୍ରସାଦ । ମହାପ୍ରସାଦ ପାଇବା ପାଇଁ ଅଧିକାଂଶ ସମୟରେ ହଇରାଣ ହେଉଥିବା ଭକ୍ତ ଏବେ ଖୁସ୍ । ସେପଟେ ରାତି ୨ଟାରୁ ସେବାୟତମାନେ ଶ୍ରୀମନ୍ଦିର ନୀତି ଆରମ୍ଭ କରି ମଧ୍ୟରାତ୍ରରେ ପୁଣି ପହୁଡ କରାଯାଉଥିବା ସହ ନୀତି ଶୃଙ୍ଖଳିତ ହୋଇଯାଇଥିବା କୁହାଯାଉଛି ।