ଆସନ୍ତାକାଲିଠୁ କାଳିଆ ପାଖରେ ଲାଗିବ ବିଶୁଦ୍ଧ ଘିଅ ! ଶ୍ରୀମନ୍ଦିରରେ ବନ୍ଦ ହେବ ଦୂଷିତ ଘିଅର ବ୍ୟବହାର

38

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବିଶୁଦ୍ଧ ଘିଅରେ ଜଳିବ ଦୀପ । ବନ୍ଦ ହେବ ଦୂଷିତ ଘିଅର ବ୍ୟବହାର । ଏନେଇ ଲାଗୁ ହୋଇଛି କଟକଣା । ଏଥିପାଇଁ ପ୍ରଶାସନ ପକ୍ଷରୁ ୩ ଦିନ ସମୟ ମଧ୍ୟ ଦିଆଯାଇଛି । ଆଉ ଏହାର ତଦାରଖ ପାଇଁ ଏକ କମିଟି ଗଠନ କରାଯାଇଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବାକୁ ଥିବାବେଳେ ସେପେଟମ୍ବର ପ୍ରଥମ ସପ୍ତାହ  ଭିତରେ ଭଲ ଘିଅର ବ୍ୟବହାର ହେବ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓମଫେଡ ସହାୟତାରେ ଶ୍ରୀମନ୍ଦିରକୁ ଶୁଦ୍ଧଘିଅ ଯୋଗାଇ ଦିଆଯିବ । ଦୀପଦୋକାନୀମାନେ ସେହି ଷ୍ଟଲରୁ ଭଲଘିଅ ନେଇ ଦୀପ ବିକ୍ରୀ କରିବେ । ଏପରିକି ଶ୍ରୀମନ୍ଦିର ପରିସରରେ ଓମଫେଡ ପକ୍ଷରୁ ଗୋଟିଏ ଦୋକାନ ମଧ୍ୟ ଖୋଲିବାର ବ୍ୟବସ୍ଥା ହେଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଦୀପ ଦୋକାନୀ ଏହାକୁ କେତେ ମାନୁଛନ୍ତି ସେ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।