ଫିଲ୍ମ କରି ଫସିଗଲି : ଅଭିନେତା ପୁପିନ୍ଦରଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

85

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଟଙ୍କା ନେଲେ ଚାକର କଲେ । ୧୩ ଲକ୍ଷ ବଦଳରେ ମିଳିଲା ଚାକର ରୋଲ୍ । ଓଲିଉଡରେ ପୁଣି ଆସିଛି କାଷ୍ଟିଂ କାଉଚର ଅଭିଯୋଗ ଏଥର ଯୁବତୀ ନୁହଁନ୍ତି, କାଷ୍ଟିଂ କାଉଚର ଶୀକାର ହୋଇଛନ୍ତି ଜଣେ ଜୁନିଅର ଆର୍ଟିଷ୍ଟ । ସହ-ପ୍ରଯୋଜକର ଲୋଭ ଦେଖାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ଏହେଉଛନ୍ତି କାଷ୍ଟିଂ କାଉଚର ଶୀକାର ହୋଇଥିବା ନିରଂଜନ କର । ଆଉ ତାଂକୁ ଚୂନ ଲଗାଇଛନ୍ତି ଓଲିଉଡ ଷ୍ଟାର ପୁପିନ୍ଦର ସିଂ ।

ଫିଲ୍ମ ଆଖି ବୁଜିଦେଲେ ତୁ ନିର୍ମାଣ ପାଇଁ ନିରଂଜନଙ୍କ ଠାରୁ ଟଙ୍କା ନେଇଥିଲେ ପୁପିନ୍ଦର । ପ୍ରତିଶ୍ରୁତି ଦେଇଥିଲେ ଫିଲ୍ମର ସହପ୍ରଯୋଜକ କରିଦେବେ ଆଉ ଲାଭ ଟଙ୍କା ବି ଦେବେ । ହେଲେ ଆଜିଯାଏଁ ନା ଫିଲ୍ମ ହୋଇଛି ନା ଟଙ୍କା ଫେରିପାଇଛନ୍ତି ନିରଂଜନ । ପ୍ରଥମେ ୧୦ ଲକ୍ଷ ଆଉ ତାପରେ ଆଉ ୩ ଲକ୍ଷ ଟଙ୍କା। ନିରଂଜନଙ୍କ ଆଖିରେ ଆଙ୍ଗୁଠି ଗେଂଜି ତିଆରି ଚାଲିଥିଲା ଫିଲ୍ମ ଆଖି ବୁଜିଦେଲେ ତୁ। ଆଉ ଟଙ୍କା ମାଗିବାରୁ ନାଲିଆଖି ଦେଖାଇଥିଲେ ପୁପିନ୍ଦର । ଖାଲି ନିରଂଜନ ନୁହଁନ୍ତି ଆଉ ଜଣେ ବି ପୁପିନ୍ଦରଙ୍କ ବିରୋଧରେ ଆଣିଛନ୍ତି ଟଙ୍କା ଠକେଇର ଅଭିଯୋଗ ।

ନାୟକ ସାଜିଲେ ଖଳନାୟକ । ପଦାରେ ପଡିଲା କଳାକାରଙ୍କ କଳାକାରନାମା । ବିବାଦ ଯେପରି ଓଲିଉଡର ପିଛା ଛାଡୁନି । ପ୍ରଥମେ କାଷ୍ଟିଂ କାଉଚ୍ ତାପରେ ଆସିଲା ଚିଟଫଣ୍ଡ ଲିଙ୍କ୍ । ଆଉ ଏବେ ନିଜର କ୍ଲିନ୍ ଇମେଜ ଦେଖାଇ ଅଭିନେତା ଠକିନେଇଛନ୍ତି ଲକ୍ଷାଧିକ ଟଙ୍କା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –