ଜେଲରୁ ଖସିବାକୁ ଉଦ୍ୟମ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲା ପୁଂଜିଲାଲ: କହିଲା, ଖସିବା ଉଦ୍ୟମ ଘଟଣାରେ ସେ ଦୋଷୀ ନୁହେଁ

ସେପଟେ ପୋଲିସର ଛାନଭିନ ଜାରି

352

କନକ ବ୍ୟୁରୋ: ପାଟଣାଗଡ ଜେଲରୁ ଖସିବା ଉଦ୍ୟମ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲା ପୁଂଜିଲାଲ ମେହେର । ବହୁ ଚର୍ଚ୍ଚୀତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପାଟଣାଗଡ ଜେଲରେ ଥିବା ପୁଂଜିଲାଲ ମେହେର ଜେଲରୁ ଖସି ଯିବା ପାଇଁ ଚେଷ୍ଟା କରୁଥିବା ଘଟଣାରେ ମୁହଁ ଖୋଲିଛି ଖୋଦ୍ ଅଭିଯୁକ୍ତ । ଘଟଣାର ତଦନ୍ତ ଚାଲିଥିବା ବେଳେ ତଦନ୍ତରକାରୀ ଅଧିକାରୀ ଏନେଇ ମୁହଁ ଖୋଲୁନାହାନ୍ତି । ଏହି ସମୟରେ ଏକ ଚାଂଚଲ୍ୟକର ବୟାନ ଦେଇଛି ପୁଂଜିଲାଲ ମେହେର ।

ସେ କୌଣସି ଦୋଷୀ ନୁହେଁ, ତାଙ୍କୁ ଫସାଇବା ପାଇଁ ଏପରି କରାଯାଉଛି । ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରମ୍ବାର ଟଙ୍କା ମାଗୁଛନ୍ତି । ସେ ଟଙ୍କା ଦେବାକୁ ମନା କରିବାରୁ ଏମିତି ହେଲା ବୋଲି ପୁଂଜିଲାଲ ଦେଇଥିବା ବୟାନରେ କହିଛି । ଏହାପରେ ଆସିଷ୍ଟାଂଡ ଜେଲର ପ୍ରଦୀପ ମହାଲିଙ୍ଗ ପୁଞ୍ଜିଲାଲକୁ ଟାଣି ଜେଲ ଭିତରକୁ ନେଇଯାଇଥିଲେ । ସେପଟେ, ଘଟଣାର ପ୍ରକୃତ ସତ ସେତେବେଳେ ସାମ୍ନାକୁ ଆସିବ ଯେତେବେଳେ ତଦନ୍ତ କରୁଥିବା ସମ୍ବଲପୁର ଡିଆଇଜି ଗଣଧ୍ୟମଙ୍କୁ ସୁଚନା ଦେବେ ।