ପାର୍ସଲ ବୋମା ଅପରାଧୀ ପୁଞ୍ଜିଲାଲର ନୂଆ ଷଡଯନ୍ତ୍ର ! ୬ ଡକାୟତଙ୍କ ସହ ମିଶି ତିଆରି କଲା ବ୍ଲୁପ୍ରିଂଟ, ଜେଲରୁ ଖସି ଯିବାକୁ କରୁଥିଲା ଉଦ୍ୟମ

966

କନକ ବ୍ୟୁରୋ : ପାଟଣାଗଡ ଜେଲରୁ ବଡ ଖବର । ପାର୍ସଲ ବୋମା ଅପରାଧୀ ପୁଞ୍ଜିଲାଲର ପୁଣି ନୂଆ ଷଡଯନ୍ତ୍ର ସାମନାକୁ ଆସିଛି । ଜେଲରୁ ଖସି ଯିବାକୁ ଉଦ୍ୟମ କରିଛି ପୁଜିଂଲାଲ ।  ୬ ଡକାୟତଙ୍କ ସହ ଜେଲରୁ ଖସିଯିବାକୁ ଉଦ୍ୟମ କରିଛି ପୁଂଜିଲାଲ । ଆଜି ସକାଳେ ଗେଟ ପାଖକୁ ପଳାଇଥିଲେ ପୁଂଜିଲାଲ ଓ ୬ ଡକାୟତ । ଏହା ପରେ ଜେଲ ୱାର୍ଡରଙ୍କ ସହ ଏମାନଙ୍କ ଧସ୍ତାଧସ୍ତି ହୋଇଥିଲା । ଫଳରେ ଜେଲରେ ୧୫ରୁ ୨୦ ମିନିଟ ସାଇରନ ବାଜିଥିଲା । ଏହା ପରେ ଜେଲରୁ ପୋଲିସ ଷ୍ଟେସନକୁ ବାରମ୍ବାର ଫୋନ ଆସିଥିଲା । ପୁଞ୍ଜିଲାଲ ବାରମ୍ବାର ଜେଲରେ ଏଭଳି ଷଡଯନ୍ତ୍ର କରୁଥିବା ଜେଲ ୱାଡର କହିଛନ୍ତି ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରୁ ମୁଖ୍ୟ ଖଳନାୟକ ହେଉଛି ଅଭିଯୁକ୍ତ ପୁଂଜିଲାଲ ମେହେର । ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ପୁଜିଂଲାଲ ବଲାଙ୍ଗୀର ଭଇଁସା କଲେଜର ଅଧ୍ୟାପକ ଥିଲା । ସେହି କଲେଜରେ ସୌମ୍ୟଶେଖରଙ୍କ ମା ବି ଅଧ୍ୟାପକ ଥିଲେ । ପଦବୀ ପାଇଁ ସୌମ୍ୟଶେଖରଙ୍କ ମା ସହିତ ତାଙ୍କର ବିବାଦ ଥିଲା । ଏହାକୁ ରାଗ ରଖି ପୁଜିଂଲାଲ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ।