୧୦ମ ପାସଙ୍କ ପାଇଁ ଖୁସି ଖବର: ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୪୦ବର୍ଷ ବୟସ ପର୍ଯ୍ୟନ୍ତ କରିପାରିବେ ଆବେଦନ

ମାସିକ ଦରମା ୧୦ ହଜାର ଟଙ୍କା

26,994

ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । Punjab Postal Circle Recruitment 2019 ୨୦୧୯ରେ ୮୫୧ ଗ୍ରାମୀଣ ଡାକ ସେବାକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ୧୦ମ ଶ୍ରେଣୀ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ । ତେବେ ଏସଂପର୍କିତ ଅଧିକ ସୂଚନା ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୪, ୨୦୧୯। ବଡ କଥା ହେଉଛି, ଏଥିପାଇଁ ଯୋଗ୍ୟ ଆଶାୟୀପ୍ରାର୍ଥଙ୍କ ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି । ଅର୍ଥାତ ୪୦ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ବି ଏଥିପାଇଁ ଆବେଦନ କରିବାର ସୁଯୋଗ ମିଳିବ ।

ନିଯୁକ୍ତି ସଂପର୍କିତ ସୂଚନା

ଗ୍ରାମୀଣ ଡାକ ସେବକର ୮୫୧ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିରେ ଆରକ୍ଷଣ ବର୍ଗର ଆଶାୟୀପ୍ରାର୍ଥୀଙ୍କୁ ବି ସୁଯୋଗ ଦିଆଯିବ । ଏଠାରେ ଆମେ କହି ରଖୁଛୁ କି, ଇଡବ୍ଲୁଏସ ଶ୍ରେଣୀଙ୍କ ପାଇଁ ୫୧ଟି, ଓବିସି ପାଇଁ ୧୫୩ଟି ଏବଂ ଏସସି ପାଇଁ ୨୧୦ଟି ସିଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆବେଦନ ଫିସ୍

ଜେନେରାଲ/ ଓବିସି/ପୁରୁଷ ଇଡବ୍ଲୁଏସ ଆଶାୟୀପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫିସ ଦେବାକୁ ହେବ । ତେବେ ଏସସି/ଏସଟି/ପିଡବ୍ଲୁଡି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ସଂପୂର୍ଣ୍ଣ ମାଗଣା ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ

• ଆବେଦନ କରିବାର ତାରିଖ- ୫ ଅଗଷ୍ଟ ୨୦୧୯

• ଆବେଦନ କରିବାର ଶେଷ ତାରିଖ- ସେପ୍ଟେମ୍ବର ୪, ୨୦୧୯

• ଅନଲାଇନ ଆପ୍ଲିକେସନ ଜମା କରିବାର ତାରିଖ- ୫ ଅଗଷ୍ଟ, ୨୦୧୯

• ଅନଲାଇନ ଆପ୍ଲିକେସନ ପୈଠ କରିବାର ଶେଷ ତାରିଖ ରହିଛି ୪ ସେପ୍ଟେମ୍ବର ୨୦୧୯

ଶିକ୍ଷାଗତ ଯୋଗ୍ୟତା

ଆଶାୟୀପ୍ରାର୍ଥୀ କୌଣସି ବି ସୀକ୍ୃତିପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନରୁ ୧୦ ଶ୍ରେଣୀ ପାସ୍ କରିଥିବା ଜରୁରୀ । ଏଠାରେ ଆମେ କହି ରଖୁଛୁ କି, ୧୦ ପାସ୍ କରିଥିବା ପ୍ରାର୍ଥୀଙ୍କ ନିକଟରେ ଉଭୟ ଗଣିତ ଏବଂ ଇଂରାଜୀ ବିଷୟ ଉପରେ ବିଶେଷ ଜ୍ଞାନ ଥିବା ଦରକାର ।

ବୟସ ସୀମା

ଏହି ପଦବୀ ଲାଗି ଆବେଦନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ସର୍ବନିମ୍ନ ବୟସ ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ୪୦ ବର୍ଷ ରଖାଯାଇଛି ।

କିଭଳି କରିବେ ଆବେଦନ

ଇଚ୍ଛୁକ ଆଶାୟୀପ୍ରାର୍ଥୀ ଡାକ ବିଭାଗର ଆଧିକାରୀକ ୱେବସାଇଟ୍ appost.inକୁ ଯାଇ ଆବେଦନ କରିପାରିବେ । ତେବେ ଆଶାୟୀପ୍ରାର୍ଥୀଙ୍କର ଚୟନ ୧୦ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ ।