ସ୍ତ୍ରୀଙ୍କୁ ଗୁଳି କରି ଫେରାର୍ ହେଲେ ପୋଲିସ୍ ବାବୁ : ସ୍ତ୍ରୀ ବିଲମ୍ବରେ କବାଟ ଖୋଲିବାରୁ ରାଗରେ ଗୁଳି ଚଳାଇଲେ ଡିଏସପି ସ୍ୱାମୀ , ଥାନାରେ ମାମଲା ରୁଜୁ

820

ଖାକିରେ ଲାଗିଲା ଦାଗ । ପଞ୍ଜାବ ପୋଲିସରେ ସିଙ୍ଗମ ନାଁ ରେ ପରିଚିତ ଥିବା ଡିଏସପି ଅତୁଲ ସୋନିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ତାଙ୍କ ବିରୋଧରେ ହତ୍ୟା ଓ ଆର୍ମସ୍ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣାଟି ଶନିବାର ରାତିର ବୋଲି ସୂଚନା ମିଳୁଛି । ସୂଚନାନୁସାରେ, ଅତୁଲ ସୋନି ଶନିବାର ବିଳମ୍ବିତ ରାତିରେ ଘରକୁ ଫେରିଥିବା କାରଣରୁ ତାଙ୍କ ସ୍ତ୍ରୀ ଘରର କବାଟ ଖୋଲି ନଥିଲେ । ଏହି କାରଣରୁ ଡିଏସପି ରାଗରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ଗୁଳିଟି ସ୍ତ୍ରୀଙ୍କ ଶରୀରରେ ବାଜି ନଥିଲା ।

ଆକ୍ରମଣ ପରେ ଡିଏସପିଙ୍କ ସ୍ତ୍ରୀ ମୋହାଲୀ ଡିଏସପିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅତୁଲ ତାଙ୍କ ସର୍ଭିସ ରିଭଲଭର ନ ବ୍ୟବହାର କରି ଅବୈଧ ରିଭଲଭରରେ ଗୁଳି ଚଳାଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ସ୍ତ୍ରୀ। ଏଥି ସହିତ ମାହୋଲୀ ଏହି ରିଭଲଭରକୁ ପଞ୍ଜାବ ପୋଲିସକୁ ମଧ୍ୟ ହସ୍ତାନ୍ତର କରିଛନ୍ତି । ସବୁଠାରୁ ବଡ କଥା ହେଉଛି , ଅତୁଲ ସୋନି ଏବେ ଫେରାର ଅଛନ୍ତି ।