ବଢ଼ିଲା ନବଜୋତ୍ ସିଂ ସିଦ୍ଧୁଙ୍କ ଅଡୁଆ ! ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ କ୍ଷମା ମାଗିବାକୁ ୧୮ ପଂଜାବ ମନ୍ତ୍ରୀଙ୍କ ଦାବି

193

କନକ ବ୍ୟୁରୋ : ପଂଜାବରେ ତେଜୁଛି ବୟାନ ବିବାଦ । ବିବାଦୀୟ ବୟାନକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ନବଜୋତ ସିଂ ସିଦ୍ଧୁ । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ପରେ ବଢୁଛି ପଂଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ଅଢୁଆ । ଏନେଇ ପଂଜାବର ୧୮ଜଣ ମନ୍ତ୍ରୀ ଆପତି ପ୍ରକାଶ  କରିବା ସହ ସିଦ୍ଧୁଙ୍କ ଇସ୍ତଫା ଦାବି କରିଛନ୍ତି ।

ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି କ୍ୟାବିନେଟ ବୈଠକ । ଯେଉଁଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବା ସମ୍ଭାବନା ରହିଛି । ପୂର୍ବରୁ ଅମରିନ୍ଦର ପରିବର୍ତେ ରାହୁଲ ଗାନ୍ଧୀଙ୍କୁ ନିଜ କ୍ୟାପଟେନ୍ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା ଓ ମୁହାଁମୁହିଁ ହୋଇଥିଲେ ସିଦ୍ଧୁ ଓ ଅମରିନ୍ଦରଙ୍କ ସମର୍ଥକ  ।

ଅନ୍ୟପଟେ ପଂଜାବର ବିଭିନ୍ନ ସ୍ଥାନରେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ପୋଷ୍ଟରରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂଙ୍କ ସମର୍ଥକମାନେ କ୍ୟାବିନେଟମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ କ୍ଷମା ଦାବି କରିଥିବା ଦେଖିବାକୁ ମିଳିଛି ।ଏଥିସହ ପୋଷ୍ଟରରେ ସମର୍ଥକ ଲେଖିଛନ୍ତି କି କ୍ୟାପଟେନ ଅମରିନ୍ଦ୍ର ସିଂ ପଂଜାବ ପ୍ରଦେଶ କଂଗ୍ରେସ କ୍ୟାପଟେନ ସହ ସମସ୍ତ ପଂଜାବୀଙ୍କ କ୍ୟାପଟେନ ଓ ତାଙ୍କ ଅପମାନ ସହ୍ୟ କରାଯିବନି  । ଏଥିସହ ନଭଜୋତ୍ ସିଂ ସିଦ୍ଧୁ କ୍ଷମା ମାଗନ୍ତୁ କିମ୍ବା ଇସ୍ତଫା ଦିଅନ୍ତୁ ବୋଲି ଅମରିନ୍ଦରଙ୍କ ସମର୍ଥକ ଦାବି କରିଛନ୍ତି  ।