ରହସ୍ୟମୟୀ ବାଳିକା ! ଦୈବିକଶକ୍ତିର ଆଧାର କହି ଲୋକେ କରନ୍ତି ପୂଜା ।

55

ପଞ୍ଜାବରେ ବାସକରୁଥିବା ଏହି ପିଲାଟି ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ । ପିଲାଟିକୁ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକଙ୍କର ସୁଅ ଛୁଟିବାରେ ଲାଗିଛି । ଖାଲି ସେତିକି ନୁହେଁ ଲୋକେ ଭଗବାନଙ୍କ ଭଳି ତାର ପୂଜା ମଧ୍ୟ କରୁଛନ୍ତି । ତେବେ ଏହା ପଛରେ ପ୍ରକୃତ ରହସ୍ୟ କଣ ଥାଇପାରେ ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ ? ଆସନ୍ତୁ ଜାଣିବା ।

ପ୍ରକୃତ ଘଟଣାଟି ହେଲା, ପଞ୍ଜାବର ଏହି ରହସ୍ୟମୟୀ ପିଲାଟିର ନାଁ ମନପ୍ରିତ୍ ସିଂ । ବାପା ଜଗତାର ସିଂ ଏବଂ ମାଆଙ୍କ ନାଁ ମନଜିତ୍ ସିଂ । ତେବେ, ଆଶ୍ଚର୍ୟ୍ୟର କଥା ହେଲା, ପିଲାଟିର ଉଚ୍ଚତା ଆଜି ମଧ୍ୟ ସେତିକି ରହିଛି ଯେତିକି ୬ ମାସ ବୟସରେ ରହିଥିଲା । ଖାଲି ସେତିକି ନୁହେଁ ତାର ଓଜନ ମଧ୍ୟ ଅପରିବର୍ତ୍ତିତ ରହିଛି । ତେବେ ସ୍ଥାନୀୟ ଲୋକଙ୍କ ଦାବି ରହିଛି କି , ଏହି ପିଲାଟି ହେଉଛି ବିଶ୍ୱର ସବୁଠାରୁ କମ୍ ଉଚ୍ଚତା ଥିବା ମଣିଷ । ଆପଣ ଜାଣିଲେ ଚକିତ ହେବେ କି ପିଲାଟିର ଲମ୍ବ ମାତ୍ର ୨୩ ଇଂଚ ।

ତେବେ ମନପ୍ରିତଙ୍କ ବାପାଙ୍କ କଥା ହେଲା, ଯେତେବେଳେ ମନପ୍ରିତ୍ ଜନ୍ମ ହୋଇଥିଲା ସେତେବେଳେ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ଏବଂ ସାମାନ୍ୟ ଥିଲା । କିନ୍ତୁ ୬ ମାସ ପରେ ତାର ଉଚ୍ଚତାରେ କୌଣସି ପରିବର୍ତ୍ତନ ଦେଖା ଦେଇ ନଥିଲା । ଯେତେବେଳେ ଡାକ୍ତରଖାନାକୁ ନେଇଥିଲୁ ସେତେବେଳେ ମନପ୍ରିତକୁ ଦେଖି ଡାକ୍ତରମାନେ କହିଥିଲେ କି, ତାକୁ ଥାଇରଏଡ୍ ଜନିତ ରୋଗରେ ଆକ୍ରାନ୍ତ ଏବଂ ତା’ର ଚିକିତ୍ସା ଏକ ଭଲ ମେଡିକାଲରେ କରିବାକୁ ।

ତେବେ ଅର୍ଥାଭାବ କାରଣରୁ ମନପ୍ରିତର ଚିକିତ୍ସା ଅଧାରୁ ବନ୍ଦ କରିବାକୁ ପଡିଛି । ଅନ୍ୟପଟେ, ମନପ୍ରିତଙ୍କୁ ସ୍ଥାନୀୟ ଲୋକେ ଭଗବାନ ମନେକରି ତା’ର ପୂଜା କରିବାରେ ଲାଗିଛନ୍ତି । ସେମାନଙ୍କ ମତରେ ମନପ୍ରିତ ବାସ୍ତବରେ ଭଗବାନଙ୍କର ଏକ ଅଂଶ ।