ହାଇକୋର୍ଟର ଐତିହାସିକ ରାୟ ! ସୁଇସାଇଡ୍ ନୋଟରେ ନାଁ ଲେଖାଥିଲେ ବ୍ୟକ୍ତିଙ୍କୁ କୁହାଯାଇପାରିବ ନାହିଁ ଦୋଷୀ ।

21

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ତରଫରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିରେ ଘୋଷଣା କରାଯାଇଛି ଯେ କେବଳ ସୁଇସାଇଡ୍ ନୋଟରେ ବ୍ୟକ୍ତିଙ୍କ ନାଁ ଲେଖାଥିଲେ ତାଙ୍କୁ ଦୋଷୀ ବୋଲି କୁହାଯିବ ନାହିଁ । ଜଷ୍ଟିସ ବଞ୍ଜତରୀଙ୍କ କହିବାନୁସାରେ ଅଭିଯୁକ୍ତ ଉପରେ ଆତ୍ମହତ୍ୟା କରିବାର ସମ୍ପୁର୍ଣ୍ଣ ବିଷୟ ଏବଂ ପ୍ରମାଣ ମଧ୍ୟ ରହିବା ଆବଶ୍ୟକ ।

ଜଷ୍ଟିସ ବଞ୍ଜତରୀ ଏହି ଟିପ୍ପଣୀ ଗୁଡଗାଓଁର ଗୋଟିଏ କମ୍ପାନୀ ଜେରକ୍ସ ଇଣ୍ଡିଆ ଲିମିଟେଡ୍ କମ୍ପାନୀର ମ୍ୟାନେଜର ଇକବାଲ୍ ଆସିଫ୍ ଖାନଙ୍କ ଆତ୍ମହତ୍ୟା କେସ୍ ସମୟରେ ନେଇଥିଲେ । ୨୦୧୧ ମସିହାରେ ଇକବାଲ୍ ଆସିଫ୍ ଖାନ୍ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତଦେହ ପାଖରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା ଯେଉଁଥିରେ ୬ ଜଣ ଲୋକଙ୍କ ଉପରେ ଆତ୍ମହତ୍ୟା ପାଇଁ ଚାପ ପକାଇବା ଭଳି ଅଭିଯୋଗ ଥିଲା । ସେଥିରେ ଇଳବାଲଙ୍କ ଓକିଲ ଏବଂ ଅଫିସ୍ କର୍ମଚାରୀଙ୍କ ନାଁ ମଧ୍ୟ ରହିଥିଲା । ପୋଲସ୍ର ଜାଞ୍ଚ୍ ପରେ ମଧ୍ୟ ଚିଠିରେ ଲେଖାଥିବା ଆରୋପୀଙ୍କ ବିରୋଦ୍ଧରେ କୌଣସି ପ୍ରମାଣ ମିଳିନଥିଲା । ଏହି କେସକୁ ଆଖି ଆଗରେ ରଖି ଜଷ୍ଟିସ ବଞ୍ଜତରୀ ଏଭଳି ନିିଷ୍ପତ୍ତି ନେଇଥିଲେ ।

ଜଷ୍ଟିସ ବଞ୍ଜତରୀ ଉଦାହରଣ ଦେଇ କହିଥିଲେ ଯେ ପରୀକ୍ଷାରେ କମ୍ ଅଙ୍କ ଆଣିଥିବା ବିଦ୍ୟାର୍ଥୀ କିମ୍ବା ଏକତରଫା ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ଆତ୍ମହତ୍ୟା କଲେ ତାହାର ଅପରାଧି ଶିକ୍ଷକ କିମ୍ବା ପ୍ରେମିକାକୁ କୁହାଯାଇପାରିବ ନାହିଁ ।