ଅମରିନ୍ଦର ସିଂହଙ୍କ ଚାଞ୍ଚଲ୍ୟକର ବୟାନ ! ନବଜୋତ୍ ସିଂହ ସିଦ୍ଧୁ ମୋତେ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ।

373

ଲୋକସଭା ନିର୍ବାଚନରେ ପଞ୍ଜାବ ସହ କଂଗ୍ରେସର ମୁକାବିଲା ବିଜେପି-ଅକାଳୀ ଗଠବନ୍ଧନ ସହ ଅଛି କଂଗ୍ରେସ ନିଜ ସହ ମଧ୍ୟ ଏହି ଲଢେଇ ଲଢୁଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ଲଢେଇ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି । କ୍ୟାପଟେନ୍ ଅମରିନ୍ଦର ସିଂହ ସିଦ୍ଧୁ କହିଛନ୍ତି ବୋଧହୁଏ ସିଦ୍ଧୁ ମୋତେ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ।

କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି , ମୁଁ ସିଦ୍ଧୁଙ୍କୁ ବାଲ୍ୟକାଳରୁ ଜାଣେ । ମୋର ଏବଂ ତାଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । ବୋଧହୁଏ ସେ ମୋତେ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି । ଏହା ତାଙ୍କ ବ୍ୟକ୍ତିଗତ ମାମଲା କିନ୍ତୁ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସେ ଯେଉଁ ବୟାନ୍ ଦେଇଛନ୍ତି ତାହାକୁ ନେଇ ପାର୍ଟି ଉପରେ ପ୍ରଭାବ ପଡିବ । ପଞ୍ଜାବ ସରକାର ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ଶନିବାର କହିଥିଲେ ଯଦି ଅମରିନ୍ଦର ସିଂହଙ୍କ ସରକାରରେ ଧର୍ମଗ୍ରନ୍ଥର ଅପମାନ ଉପରେ ନ୍ୟାୟ ମିଳୁନାହିଁ ଏବଂ ଦୋଷୀଙ୍କୁ ଦଣ୍ଡ ମିଳୁନାହିଁ ତେବେ ମୁଁ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେବି ।

Comments are closed.