ସିଦ୍ଧୁୁଙ୍କ ପାକିସ୍ତାନ ପ୍ରେମ । ପଡୋଶୀକୁ ପ୍ରଶଂସା କରିବା ସହ କହିଲେ ହିନ୍ଦୁସ୍ତାନଠାରୁ କିଛି କ୍ଷେତ୍ର ପାକିସ୍ତାନ ଭଲ

42

କନକ ବ୍ୟୁରୋ : ପଜାଂବର କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସର ନେତା ନବଜୋତ ସିଦ୍ଧୁ ପୁଣି ଥରେ ନିଜର ପାକିସ୍ତାନ ପ୍ରତି ଥିବା ଭଲପାଇବା ଦେଖାଇଛନ୍ତି । ତେବେ ମିଲିଥିବା ସୂଚନା ଅନୁସାରେ ହିମାଚଳପ୍ରଦେଶର କୋଶଳିଠାରେ ଏକ ସଭାର ଆୟୋଜିକ କରାଯାଇଥିଲା । ତେବେ ସେହି ସଭାରେ ସିଦ୍ଧୁ ଏପରି ଭାବରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି । ସେ କହିଛନ୍ତି ଯେ, ମୋର ପାକିସ୍ତାନ ଗସ୍ତ ଦକ୍ଷିଣ ଭାରତ ଗସ୍ତଠାରୁ ଅଧିକ ଭଲ ରହିଥିଲା ।

 

ସେ ଆହୁରି ମଧ୍ୟ କହିଛନ୍ତି ଆପଣ ଯଦି କେବେ ପାକିସ୍ତାନକୁ ବୁଲିବାକୁ ଯିବେ ତେବେ ସମସ୍ତ ଦେଶରେ ଗୋଟିଏ ପ୍ରକାର ଭାଷା କୁହାଯାଉଥିବ ହେଲେ ଆମ ଭାରତ ଖାସକରି ଦକ୍ଷିଣ ଭାରତରେ ଅଲଗା ଭାଷା କୁହାଯାଉଛି । ତେଣୁ ଆପଣ ଯଦି ଦକ୍ଷିଣ ଭାରତ ଯାତ୍ରା କରନ୍ତି ତେବେ ନିଶ୍ଚିତ ରୂପରେ ଆପଣଙ୍କୁ ସେମାନଙ୍କର ସ୍ଥାନୀୟ ଭାଷା ଅଥବା ଇଂରାଜୀ ଜାଣିବା ପାଇଁ ପଡିବ ବୋଲି ସିଦ୍ଧୁୁ କହିଛନ୍ତି । ତେବେ ଭାରତରେ ଏପରି ଅସୁବିଧା ପାକିସ୍ତାନରେ ଦେଖିବାକୁ ମିଳେ ନାହିଁ ବୋଲି ସିଦ୍ଧୁ ନିଜର ବକ୍ତବ୍ୟରେ କହିବା ସହ ପୁଣି ଥରେ ନିଜକୁ ବିବାଦୀୟ କରିଛନ୍ତି ।

 

ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କର ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁ ପାକିସ୍ତାନ ଗସ୍ତରେ ଯାଇଥିଲେ । ସେହି ସମୟରେ ସେଠାକାର ସେନା ମୁଖ୍ୟଙ୍କ ସହ ଆଲିଙ୍ଗନ କରିଥିଲେ । ଏହା ଜଣାପଡିବା ପରେ ସାରା ଦେଶରେ ତାଙ୍କୁ ଅନେକ ସ୍ଥାନରେ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସେଠାରେ ସେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ଓ ପାକିସ୍ତାନ ଗସ୍ତ ସମୟରେ ସେ ନିଜର ଖୁସି ବାଣ୍ଟିଥିଲେ । ତେବେ ସିଦ୍ଧୁୁଙ୍କ ଏପରି କାର୍ଯ୍ୟକୁ ଅନେକ ନେତା ଓ ଜନସାଧାରଣ ବିରୋଧ କରିବା ସହ ବାରମ୍ବାର ପାକିସ୍ତାନର ଗୁଣିଗାନ କରୁଥିବାରୁ ସମାଲୋଚନା ଶିକାର ହେଉଛନ୍ତ ସିଦ୍ଧୁ ।