ଏକ ଲିଙ୍କରେ କ୍ଲିକ୍ କଲେ ପୁନେର ଜଣେ ଡାକ୍ତର ! ଦେଖୁ ଦେଖୁ ଆକାଉଂଟରୁ ଉଡ଼ିଗଲା ୩ ଲକ୍ଷ

222

ମୁମ୍ବାଇ ପୋଲିସ ଶନିବାର ଦିନ ଜଣେ ୨୮ ବର୍ଷିୟ ଯୁବକଙ୍କୁ ପୁଣେ ଠାରୁ ଗିରଫ କରିଛି । ଅଭିଯୋଗ ଅନୁସାରେ ମୁମ୍ବାଇର ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଂଟରୁ ସେ ପାଖାପାଖି ୩ ଲକ୍ଷ ଟଙ୍କା ସାଇବର କ୍ରାଇମ୍ ଜରିଆରେ ଉଡ଼ାଇନେଇଛନ୍ତି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ବିପିନ୍ ମହତୋ ଗତ ବର୍ଷ ୨୧ ନଭେମ୍ବର ଦିନ ଡାକ୍ତରଙ୍କୁ ବ୍ୟାଙ୍କ କର୍ମଚାରୀ ସାଜି ଫୋନ୍ କରିଥିଲେ । ଏବଂ ଅଭିଯୁକ୍ତ ଜଣକ ଡାକ୍ତରଙ୍କ ବ୍ୟାଙ୍କ ଆକାଉଂଟର ୧୦ ଡିଜିଟ୍ ନମ୍ବର ମାଗିଥିଲେ ଓ ଏପରି ଅପରାଧ ଘଟାଇଥିଲେ ।

ସୂଚନା ଅନୁସାରେ ଡାକ୍ତର ଜଣକ ପ୍ରଥମେ ବ୍ୟାଙ୍କ୍ ଆକାଉଂଟର ତଥ୍ୟ ପ୍ରଦାନ କରିବା ପାଇଁ ମନାକରୁଥିଲେ । ହେଲେ ଅଭିଯୁକ୍ତ ଜଣକ ଡାକ୍ତରଙ୍କ ବିଶ୍ୱାସଭାଜନ ହୋଇ କହିଥିଲେ, କେବଳ ଆକାଉଂଟ ନମ୍ବର ଦରକାର । ବ୍ୟାଙ୍କ ଆକାଉଂଟର ପିନ୍ କିମ୍ବା ପାସୱର୍ଡ଼ ଦରକାର ନାହିଁ । ଏପରିସ୍ଥଳେ ଡାକ୍ତର ଜଣକ ବିଶ୍ୱାସ କରି ଆକାଉଂଟ ନମ୍ବର ଦେଇଥିଲେ । ଆଉ ତା’ପରେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବରରକୁ ଏକ ଲିଙ୍କ୍ ଜେନେରେଟ୍ ହୋଇଥିଲା । ଆଉ ତା’ପରେ ଲିଙ୍କ ଉପରେ କ୍ଲିକ୍ କରିବା ପରେ ମେସେଜକୁ ନିଜ ନମ୍ବରରକୁ ଫରୱାର୍ଡ଼ କରିଦେଇଥଇଲା । ଆଉ ତା’ପରେ ଡାକ୍ତରଙ୍କ ଆକାଉଂଟରୁ ୨.୯ ଲକ୍ଷ ଟଙ୍କା ଗାୟବ୍ ହୋଇଗଲା ।

ଏନେଇ ଡାକ୍ତର ଜଣକ ଥାନାରେ ଅଭିଯୋଗ କରିଥିଲେ । ବେଶ କିଛି ଦିନର ଛାନଭିନ ପରେ ଏବେ ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ । ଯୁବକ ଜଣକ ନିଜେ ତା’ର ଦୋଷ ସ୍ୱୀକାର କରିଛି । ଏବେ ପୋଲିସ ଅଭିଯୁକ୍ତ ବିରୋଧରେ ଧୋକାଦାରୀର ଏକ ମାମଲା ରୁଜୁ କରିଛି ।