ସ୍କାଏପିରେ ଛାଡପତ୍ର ! ପୁଣେ କୋର୍ଟର ଐତିହାସିକ ପଦକ୍ଷେପ

39

ଇଂଟରନେଟ୍ ଯୋଗୁଁ ପ୍ରେମ ଏବଂ ବିବାହ ଖବର ଆପଣ ଦେଖିଥିଲେ । କିନ୍ତୁ ଛାଡପତ୍ର କଥା ବୋଧେ କେବେ ଶୁଣି ନଥିବେ । ସିଭିଲ୍ ପାରିବାରିକ କୋର୍ଟର ଇତିହାସରେ ଏପରି ପ୍ରଥମ ଥର ହୋଇଛି ଯେତେବେଳେ କୌଣସି ଦମ୍ପତିଙ୍କୁ ସ୍କାଏପି ଜରିଆରେ ଛାଡପତ୍ର ଦେଇଛନ୍ତି ବିଚାରପତି । ଘଟଣାଟି ଘଟିଛି ପୁଣେ କୋର୍ଟରେ ।

ସୂଚନା ଅନୁସାରେ , ଛାଡ଼ପତ୍ର ମାମଲାର ବିଚାର ପାଇଁ ଶନିବାରଦିନ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ତେବେ ସିଙ୍ଗାପୁରରୁ ଆସି ସ୍ୱାମୀ କୋର୍ଟରେ ହାଜର ହୋଇଥିବା ବେଳେ କୌଣସି କାରଣବଶତଃ ଲଣ୍ଡନରୁ ଆସି ପାରିନଥିଲେ ସ୍ତ୍ରୀ । ଫଳରେ ପୁଣେ କୋର୍ଟର ବିଚାରପତି ଏମିତି ଏକ ପଦକ୍ଷେପ ନେଲେ ଯାହା ଆଜି ଯାଏଁ କେବେ ହୋଇ ନଥିଲା । ବିଚାରପତି ସ୍କାଏପି ଜରିଆରେ ସଂପୃକ୍ତ ମହିଳାଙ୍କୁ ଲଣ୍ଡନରେ ରହି ନିଜ ପକ୍ଷ ରଖିବାକୁ ସୁଯୋଗ ଦେଇଥିଲେ ।

କୋର୍ଟରେ ଦାୟର୍ ହୋଇଥିବା ଆବେଦନ ଅନୁଯାୟୀ, ପତ୍ନୀ କହିଛନ୍ତି ବିବାହ କାରଣରୁ ତାଙ୍କ କ୍ୟାରିୟର୍ ପ୍ରଭାବିତ ହେଉଛି । ତେଣୁ ଉଭୟ ଦମ୍ପତି ଅପୋଷ ବୁଝାମଣାରେ ଏହି ଛାଡପତ୍ର ଚାହୁଁଥିଲେ । ଉଭୟ ସ୍ୱାମୀ ସ୍ତ୍ରୀଙ୍କ କର୍ମସ୍ଥଳୀ ଅଲଗା ଅଲଗା ଦେଶରେ ଥିଲା । ତେବେ ପତ୍ନୀ ଶୁଣାଣି ଦିନ ପହଂଚି ନପାରିବାରୁ ବିଚାରପତି ସ୍କାଏପି ଜରିଆରେ ଛାଡପତ୍ର ଦେବାର ଐତିହାସିକ ନିଷ୍ପତି ନେଇଥିଲେ ।

ଏହା ସହ ଦେଖନ୍ତୁ ରାମଦେବଙ୍କ ରହସ୍ୟ ! କାହିଁକି ଅବିବାହିତ ରହିବାକୁ ଭୀଷ୍ମପ୍ରତିଜ୍ଞା ନେଲେ ଯୋଗଗୁରୁ