ମହାରାଷ୍ଟ୍ର ପୁନେରେ ଥିବା ଏକ ବେକେରୀରେ ଭୟାବହ ଅଗ୍ନିକାଣ୍ଡ : ୬ଜଣ ଶ୍ରମିକ ଜୀବନ୍ତଦଗ୍ଧ

19

ମହାରାଷ୍ଟ୍ର : ମହାରାଷ୍ଟ୍ର ପୁନେରେ ଥିବା ଏକ ବେକେରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୬ଜଣ ଶ୍ରମିକ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି । ବିଳମ୍ବିତ ରାତିରେ ଏହି ବେକେରୀରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ସେଠାରେ ଶୋଇଥିବା ୬ଜଣ କର୍ମଚାରୀ କବାଟ ଖୋଲି ବାହାରକୁ ବାହାରି ନପାରି ସେଠାରେୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।