ପ୍ରତିଦିନ ବିପଦଜନକ ରାସ୍ତା ଅତିକ୍ରମ କରନ୍ତି ପୁନମ, ଯାହାଙ୍କ ସାହସ ଦେଖି ମୃତ୍ୟୁ ବି ପାଖକୁ ଆସିବାକୁ ଡରେ

40

ଏଭଳି କିଛି ରାସ୍ତା ଥାଏ, ଯେଉଁ ରାସ୍ତା ଦେଇ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ । କିନ୍ତୁ ଏହି ମୃତ୍ୟୁର ଝିଅ ଜଣକ କେବେ ମଧ୍ୟ ଏହି ରାସ୍ତାକୁ ଦେଖି ଡରନ୍ତି ନାହିଁ । ଆଜ୍ଞା ହଁ ଯେଉଁ ରାସ୍ତାରେ ଯିବାକୁ ସମସ୍ତେ ଡରନ୍ତି ସେହି ରାସ୍ତାରେ ଏହି ଝିଅ ଜଣକ ବିନା ଚିନ୍ତାରେ ଯିବା ଆସିବା କରନ୍ତି । ଏହା ସେହିଭଳି ଜଣେ ଝିଅର କାହାଣୀ ଯିଏ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

ଏହି ଝିଅ ଯେତେବେଳେ ପ୍ରଥମ ଥର ଷ୍ଟିଅରିଙ୍ଗ ସମ୍ଭାଳିଲେ ଲୋକ ବିଭିନ୍ନ ପ୍ରକାରର କଥା କହିବାକୁ ଲାଗିଲେ । ତଥାପି ସେ କାହା କଥା ନଶୁଣି କେବଳ ନିଜ ହୃଦୟର କଥା ଶୁଣିଥିଲେ । ତା’ପରେ ସେ ହୋଇଗଲେ ଦୁନିଆର ସବୁଠାରୁ ବିପଦଜନକ ରାସ୍ତାର ରାଣୀ । ଏଠାରେ ବଡ଼ ବଡ଼ ଚାଳକ ମଧ୍ୟ ଡରି ଯାଆନ୍ତି । ଏହି ରାସ୍ତା ହିମାଚଳ ପ୍ରଦେଶରେ ଅବସ୍ଥିତ । ସେହି ଝିଅଙ୍କ ନାମ ହେଉଛି ପୁନମ ନେଗୀ । ଏହି ରାସ୍ତା ପୁନମଙ୍କ ପାଇଁ ଖୁବ ସାଧାରଣ ହୋଇଯାଇଛି । ଛୋଟ ଗାଡ଼ି ଠାରୁ ଆରମ୍ଭ କରି ବଡ଼ ଗାଡ଼ି ପର୍ଯ୍ୟନ୍ତ ସେ ସବୁ ଚଳାଇ ପାରନ୍ତି ।

ସାଧାରଣ ଭାବରେ ଆପଣ ପୁରୁଷଙ୍କୁ ଟ୍ରକ କିମ୍ବା ବସ ଚଳାଉଥିବାର ଦେଖୁଛନ୍ତି, କିନ୍ତୁ ୨୫ ବର୍ଷର ପୁନମ ୬୦ରୁ ୭୦ ବେଗରେ ଖୁବ ସହଜରେ ଟ୍ରକ ଚଳାଇ ଦିଅନ୍ତି । ଯଦି କେହି ପୁନମଙ୍କର ମଜାକ ଉଡ଼ାନ୍ତି ସେ ତାଙ୍କ ସାମ୍ନରେ ଟ୍ରକ ନେଇ ଯାଆନ୍ତି । ଏଭଳି କରିବା ଦ୍ୱାରା ଲୋକଙ୍କ ମୁହଁ ଆପେ ବନ୍ଦ ହୋଇଯାଏ ।

ମିଡିଆ ରିପୋର୍ଟ ଅନୁସାରେ ପୁନମ ରାମପୁର ଠାରୁ ୧୪୪ କିମି ପର୍ଯ୍ୟନ୍ତ ଲୋଡେଡ ଟ୍ରକ ଚଳାଇଛନ୍ତି । ପୁନମ ଏହାର ଶ୍ରେୟ ନିଜ ପରିବାରଙ୍କୁ ଦିଅନ୍ତି । କାରଣ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ତାଙ୍କୁ ପ୍ରୋତ୍ସାହିତ କରିଥାଆନ୍ତି । ପୁନମ ହିମାଚଳ ପରିବାହନ ନିଗମରୁ ଟ୍ରେନିଂ ନେଇଛନ୍ତି ଏବଂ ସେ ପାହାଡ଼ ଭଳି ଉଚ୍ଚ ରାସ୍ତାରେ ବସ ମଧ୍ୟ ଚଳାଉଛନ୍ତି ।