ଇନୋ ପାଣି ସାଜୁଛି ଗାଡି ପମ୍ପଚର ହେବାର ମାଧ୍ୟମ ! ଆଖି ସାମ୍ନାରେ ଭଲ ଚକରେ କଣା ଥିବା କହି ଟଙ୍କା ଲୁଟୁଛନ୍ତି ମେକାନିକ୍ ।

1,900

ଗାଡି ପମ୍ପଚର ହେବା ଏକ ସାଧାରଣ କଥା । ବାଇକ୍ ,ସ୍କୁଟର ,କାର୍ ଯେକୌଣସି ବାହନରେ ପ୍ରତିଦିନ ପମ୍ପଚର ହେବା ଭଳି ସମସ୍ୟା ଦେଖାଯାଏ । ଏଭଳି ସ୍ଥିତିରେ ଆପଣ ଯେତେବେଳେ କୌଣସି ପମ୍ପଚର ଦୋକାନୀଙ୍କ ପାଖକୁ ଯାଆନ୍ତି ସେତେବେଳେ ସେ ବେଳେବେଳେ ଟଙ୍କା ଲୋଭରେ ୨୦ କିମ୍ବା ଏହାଠାରୁ ଅଧିକ ପମ୍ପଚର ଥିବା କଥା କହିଦିଅନ୍ତି । ୨ କିମ୍ବା ୩ ଟି ପମ୍ପଚର ହେଲେ ତ ବୁଝାପଡେ କିନ୍ତୁ ୨୦ ,୨୧ ଟି ପମ୍ପଚର ଥିବା କଥା କହିଲେ ସହଜରେ ବିଶ୍ୱାସ ହେଉନଥିଲେ ମଧ୍ୟ ଅଧିକ ଟଙ୍କା ଦେଇ ପମ୍ପଚର ଠିକ୍ କରିବାକୁ ପଡିଥାଏ । ତେବେ ନିକଟରେ ଜଣେ ଗ୍ରାହକଙ୍କ ସହ ଏଭଳି ହୋଇଥିଲା । ନିଜ କାରର ଆଗ ପଟ ଚକାରେ ୨୧ ଟି ପମ୍ପଚର ଥିବା କଥା କହି ଦୋକାନୀ ବାହନ ଚାଳକଙ୍କ ଠାରୁ ୨୬୫୦ ଟଙ୍କା ନେଇଗଲେ । ପରେ ଏହା ଏକ ଧୋକା ବୋଲି ଜଣାପଡିଥିଲା । ଏହି ମାମଲାରେ ଜାଞ୍ଚ୍ କରିବା ପରେ ଜଣାପଡିଥିଲା ଉକ୍ତ ମେକାନିକ୍ ର ଦୋକାନକୁ ଯେ କେହିବି ଆସୁଥିଲେ ପମ୍ପଚର ବାଲା ତାଙ୍କୁ ଅଧିକ ପମ୍ପଚର ଥିବା କହି ଟଙ୍କା ଲୁଟୁଥିଲା ।

ପୋଲିସ୍ ର ପଚରାଉଚରା ପରେ ଉକ୍ତ ମେକାନିକ୍ ଏହାକୁ ସ୍ୱୀକାର କରି କହିଥିଲା ଯେ ବାହନରେ ଏତେ ମାତ୍ରାରେ ପମ୍ପଚର ହୋଇନଥାଏ । କିନ୍ତୁ ଏକ ଟ୍ରିକ୍ କୁ ବ୍ୟବହାର କରି ସେ ଏଭଳି କରିଥାନ୍ତି । ଏହି ମେକାନିକ୍ ମାନେ ଚକାକୁ ନେଇ ପ୍ରଥମେ ଚେକ୍ କରିଥାନ୍ତି ଏହାପରେ ଚାଳକଙ୍କୁ କଥା ଆଳରେ ଫସାଇ ଇନୋ ପାଣି ଭର୍ତ୍ତି ଥିବା ଏକ ସ୍ଥାନରେ ଚକାକୁ ବୁଡାନ୍ତି । ଏହାପରେ ଏଠାରୁ ଛୋଟ ଛୋଟ କଣା ଭଳି ନଜର ଆସେ ଏବଂ ଏହାକୁ ଦେଖାଇ ଚାଳକଙ୍କ ଠାରୁ ୨୦ ,୨୫ ଟି ପମ୍ପଚର ପଡିବା କଥା କହି ଏମାନେ ଠକିଥାନ୍ତି ।