ଆତଙ୍କୀ ହମଲା ନେଇ କଂଗ୍ରେସର ପ୍ରେସମିଟ୍ : ରାହୁଲ କହିଲେ, ଆମେ ସେନା ଓ ସରକାରଙ୍କ ସହ ଅଛୁ

1,049

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ହମଲା ନେଇ ପ୍ରେସମିଟ୍ କରିଛି କଂଗ୍ରେସ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, କୌଣସି ବି ଶକ୍ତି ଦେଶକୁ ବିଭାଜନ କରିପାରିବ ନାହିଁ । ଦେଶକୁ ବାଂଟିବା ଆତଙ୍କବାଦୀଙ୍କ ଲକ୍ଷ୍ୟ । ଭାରତର ଆତ୍ମା ଉପରେ ହୋଇଛ ଏହି ଆକ୍ରମଣ । ରାହୁଲ କହିଛନ୍ତି ଆମେ ସେନା ଓ ସରକାରଙ୍କ ସହ ଅଛୁ । ସରକାର ଯେଉଁ ନିଷ୍ପତି ନେବେ ସେଥିପାଇଁ ସମର୍ଥନ କରିବୁ । ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଆମେ ବର୍ତ୍ତମମାନ ସହିଦ ପରିବାରଙ୍କ ସହ ଛିଡ଼ାହୋଇଛୁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି, ଆଜି ଦେଶ ପାଇଁ ଦୁଃଖର ଦିନ । ଏହି ଆକ୍ରମଣ ସାରା ଦେଶରେ ହୋଇଛି ।

 

ସେପଟେ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ଶେଷ ହୋଇଛି । ସରକାର କଡା ଆଭିମୁଖ୍ୟ ରଖିଥିବା ବୈଠକରେ ପରେ ଜେଟଲୀ କହିଛନ୍ତି, ଯେଉଁ ଯବାନ ମାନେ ସହିଦ ହୋଇଛନ୍ତି ସେମାନଙ୍କୁ ନେଇ ଦେଶ ଗର୍ବ କରୁଛି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବୁ । ବୈଠକରେ ହୋଇଥିବା ସମସ୍ତ ନିଷ୍ପତି ଗଣମାଧ୍ୟମରେ ସବୁ କଥା କହିହେବନି ବୋଲି ଜେଟଲୀ କହିଛନ୍ତି । ଏହା ସହ ଭାରତ ସରକାର ପାକିସ୍ତାନକୁ ସର୍ବାଧିକ ଅନିଗୃହୀତ ରାଷ୍ଟ୍ର ବୋଲି ଦେଇଥିବା ମାନ୍ୟତା ଅନୁଗୃହିତ କରିନେଇଥିବା ଜେଟଲୀ କହିଛନ୍ତି ।