ପୁଲୱାମା ଆତଙ୍କୀ ଆକ୍ରମଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ଆରମ୍ଭ  : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଏନଏସଏ ଅଜିତ୍ ଡୋଭାଲ , ପ୍ରତିରକ୍ଷା ମନ୍ତ୍ରୀ ସାମିଲ

357

କନକ ବ୍ୟୁରୋ : କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । କେମିତି ହେଲା ଏତେ ବଡ ଆକ୍ରମଣ ସେ ନେଇ କ୍ୟାବିନେଟ୍ ସୁରକ୍ଷା ସମିତି ବୈଠକରେ ଚାଲିଛି ସମୀକ୍ଷା  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ସମୀକ୍ଷା । ଗୃହମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ତିନି ସେନାମୁଖ୍ୟ, ସିଆରପିଏଫ୍ ଡିଜି ବୈଠକରେ ସାମିଲ ହୋଇଛନ୍ତି ।

ଗତକାଲି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା । ସ୍ଥିତିର ସମୀକ୍ଷା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯିବେ । ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଆଜି ଶ୍ରୀନଗର ଯିବେ ।

ସେହିପରି ତଦନ୍ତ କରିବା ପାଇଁ ଏନଆଇଏର ଏକ ଟିମ୍ ପୁଲୱାମା ଯାଇଛନ୍ତି । ସେପଟେ ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ୱପୂଣ୍ଣ ବୈଠକ ବସିବ । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ । ବିଶେଷ କରି ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଅପରେସନ ନେଇ ବୈଠକରେ ସମୀକ୍ଷା ହେବ । ଆତଙ୍କବାଦୀ ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରରେ ମୋବାଇଲ୍ ଇଂଟରନେଟ୍ ସେବା ବନ୍ଦ ରଖାଯାଇଛି । ଶ୍ରୀନଗରରେ ମୋବାଇଲ ଡାଟାକୁ ୨ଜି ବେଗରେ ହ୍ରାସ କରାଯାଇଛି ।