ପାକିସ୍ତାନ ବିରୋଧରେ ମୋଦି ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି ! ଶତ୍ରୁ ଦେଶ ଉପରେ ଲାଗିବ ୩୦୦୦ କୋଟିର ଚୂନା

3,734

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣ ମାମଲାରେ ସାରା ଦେଶରେ କ୍ରୋଧ ଓ ଆକ୍ରୋଶାର ମାହୋଲ୍ । ସମସ୍ତେ ପାକିସ୍ତାନ ଠାରୁ ପ୍ରତିଶୋଧ ନେବାପାଇଁ ଦାବି କରୁଛନ୍ତି । ଏପରିସ୍ଥଳେ ଭାରତ ସରକାରଙ୍କ ତରଫରୁ ଆର୍ଥିକ ମାମଲାରେ ପାକିସ୍ତାନ ବିରୋଧରେ ଅନେକ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପାକିସ୍ତାନ ଠାରୁ ମୋଷ୍ଟ ଫେୱର୍ଡ଼ ନେସନର ମାନ୍ୟତା ଛଡ଼ାଇ ନିଆଯାଇଛି । ଏହାପରେ ପାକିସ୍ତାନ ଠାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆୟକର ବଢ଼ାଇ ଦିଅଯାଇଛିଥିଲା । ଏବେ ସରକାର ପୁଣି ଥରେ ପାକିସ୍ତାନ ବିରୋଧରେ କଡ଼ା ନିଷ୍ପତ୍ତି ନେଇଛନ୍ତି । ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାକିସ୍ତାନକୁ ୩ ହଜାର କୋଟି ଟଙ୍କାର କ୍ଷତି ସହିବାପାଇଁ ପଡ଼ିବ ।

କେନ୍ଦ୍ର ସରକାର ଶତ୍ରୁ ସମ୍ପତ୍ତି ଅଧିନିୟମ ଅନୁସାରେ ୩୦୦୦ କୋଟି ଟଙ୍କା ଶତ୍ରୁ ଶେୟାରକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି କରୁଛି । ଭାରତ, ପାକିସ୍ତାନ ଭାଗ ହେବା ପରେ ଭାରତରୁ ଚାଲିଯାଇଥିବା ଲୋକଙ୍କ ପାଖରେ ଥିବା ଶେୟାର ବିକ୍ରି କରିବ ପାକିସ୍ତାନ । ସିଧା ଭାଷାରେ କହିବାକୁ ଗଲେ ଯେଉଁ ଲୋକ ପାକିସ୍ତାନରେ ଅଛନ୍ତି ଏବଂ ତାଙ୍କର ଶେୟାର ଭାରତ ବଜାରରେ ବେକାରରେ ପଡ଼ିଛି, ଭାରତ ସରକାର ତାକୁ ବିକ୍ରି କରିପାରନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ଼ ବୋଲି କୁହାଯାଉଛି ।

ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି । ଏହି ସମିତି ଶତ୍ରୁ ଦେଶର ସେୟାରକୁ ବିକ୍ରି କରି ଶେୟାର ସଂଖ୍ୟା ଓ ମୂଲ୍ୟ ବିଷୟରେ ସୁପାରିଶ କରିବେ । ଏହି ସମତିରେ ଶୀର୍ଷ ସରକାରୀ ଅଧକାରୀ ମାନେ ସାମିଲ ଅଛନ୍ତି ।