ପୁଲୱାମା ଆକ୍ରମଣ : ସହିଦଙ୍କ ପରିବାରକୁ ୫ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ଖିଲାଡ଼ି ତାରକା ଅକ୍ଷୟ କୁମାର

318

ଜମ୍ମୁକଶ୍ମୀର ପୁଲୱାମାରେ ସିଆରପିଏଫଙ୍କ ଉପରେ ହୋଇଥିବା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବାପରେ ପୁରା ଦେଶ ତଥା ପୁରା ବଲିଉଡ଼ ମଧ୍ୟ ସ୍ତବ୍ଧ ଓ କ୍ରୋଧାନ୍ୱିତ । ଖିଲାଡ଼ି ତାରକା ଅକ୍ଷୟ କୁମାର ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏପରି ଘଟଣାକୁ କାପୁରୁଷପଣିଆ ବୋଲି କହିଛନ୍ତି । ସବୁବେଳେ ଦେଶର ସିପାହିଙ୍କ ସପକ୍ଷରେ ସ୍ୱର ଉଠାଉଥିବା ଅକ୍ଷୟ କୁମାର ସହିଦ ଯବାନଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ସହିଦ ପରିବାରକୁ ୫ କୋଟି ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି ଅକ୍ଷୟ କୁମାର । ଏହାପୂର୍ବରୁ ବିଗ୍ ବି ମଧ୍ୟ ସହିଦ ପରିବାରକୁ ସହାୟତାର ହାତ ବଢ଼ାଇଥିଲେ । ଅମିତାଭଙ୍କ ବ୍ୟତୀତ ସଲମାନ ଖାନ୍ ମଧ୍ୟ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ଅକ୍ଷୟ କୁମାର ସାହାଯ୍ୟ କରିବା ସହିତ ଦେଶର ଅନ୍ୟ ନାଗରିକ ମାରଙ୍କୁ ମଧ୍ୟ ସାହାଯ୍ୟ କରବା ପାଇଁ ଉତ୍ସାହିତ କରିଛନ୍ତି । ଟ୍ୱିଟ୍ କରି କହିଛନ୍ତି ପୁଲୱାମା ଆକ୍ରମଣକୁ କେହି ଭୁଲିପାରିବେ ନାହଁ । ସମସ୍ତ ଦେଶବାସୀ ଏବେ କ୍ରୋଧରେ ଜର୍ଜରିତ । ଏବେ କିଛି କରିବାର ସମୟ ଆସିଛି । ଆତଙ୍କବାଦ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଦରକାର । ସହିଦ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ସକ୍ଷମ ମତେ ସହାୟତା କରିବା ଉଚିତ ବୋଲି କହିଛନ୍ତି ଅକ୍ଷୟ କୁମାର ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତୀୟ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ୧୪ତାରିଖ ପୁଲୱାମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗାଜି ରସିଦ୍ ଓରଫ କାମରାନ ଓ ତାର ସହଯୋଗୀ ହିଲାଲଙ୍କ ସଫା କରିଛି ସେନା । ଏହି ଦୁଇ ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ସେମାନେ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଥିଲା ସେନା ।