ସହିଦଙ୍କ ହୃଦୟସ୍ପର୍ଶୀ କାହାଣୀ: ଭୋକ ଉପାସରେ ରହି ପୁଅକୁ ସେନାରେ କରାଇଥିଲେ ଭର୍ତ୍ତି, ବାପାମାଆଙ୍କୁ ଛାଡି ମାଟିମାଆ ପାଇଁ ଦେଲେ ବଳିଦାନ

193

ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କୀ ଆକ୍ରମଣ ଘଟଣା ସାରା ଦେଶବାସୀ ହୃଦୟରେ ଉଭୟ ଦୁଃଖ ଏବଂ କ୍ରୋଧ ଭରିଦେଇଛି । ଘଟଣାଟି ଘଟିବାର ଏବେ ୧୦ ଦିନ ବିତିଗଲାଣି ସତ ହେଲେ ସେହି କାଳ ଦିନକୁ ଭୁଲି ପାରୁନାହାଁନ୍ତି ସହିଦଙ୍କ ପରିବାର ଏବଂ ଦେଶ ବାସୀ । ୧୪ ଫେବୃଆରୀରେ ହୋଇଥିବା   ଆତଙ୍କୀ ଆକ୍ରମଣରେ ୪୦ ଜଣ ବୀର ଯବାନ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇ ଏବେବି  ଚିକିତ୍ସିତ ହେଉଛନ୍ତି । ଆଉ ସହିଦ ବୀର ଯବାନମାନଙ୍କ ମଧ୍ୟରେ ସାମିଲ ଥିଲେ ରାଜସ୍ଥାନର ରୋହିତାଶ ଲାମ୍ବା । ବହୁତ ଗରିବ ପରିବାରରେ ବଢଥିବା ରୋହିତାଶଙ୍କୁ ସିଆରପିଏଫର ବର୍ଦ୍ଦି ପିନ୍ଧିବା ପାଇଁ କଠିନ ପରିଶ୍ରମ  କରିବାକୁ ପଡିଥିଲା । ରୋହିତାଶଙ୍କ ବାପା କୁହନ୍ତି କି ମନରେଗାରେ ମାଟି  କାମ କରି ସେ ତାଙ୍କ ପୁଅକୁ ପାଠପଢିବା ପାଇଁ ଟଙ୍କା ପଠାଉଥିଲେ । ଯଦି ସରକାର ଏହି ଆକ୍ରମଣର ପ୍ରତିଶୋଧ ନ ନିଅନ୍ତି ତେବେ ସରକାରଙ୍କ ଉପରେ ତାଙ୍କର ଭରଷା ଉଡିଯିବ ବୋଲି ହୋତିତାଶଙ୍କ ବାପା କହିଛନ୍ତି ।

ରାଜସ୍ଥାନର ବୀର ଯବାନ ରୋହିତାଶ ଲାମ୍ବାଙ୍କ ଘରେ ଏବେ ଲୋକଙ୍କ ଗହଣୀ ଲାଗିଛି । ରୋହିତାଶ ଅମର ରହେ ବୋଲି ନାରାବାଜି ଚାଲିଛି । ହେଲେ ଭେଣ୍ଡିଆ ପୁଅକୁ ହରାଇଥିବା ବାପାକୁ ବୁଝାଇବାକୁ  କାହାରିବି ସାହସ ହେଉନି । ପୁଅର ମୃତ୍ୟୁକୁ ନେଇ ସେ ବହୁତ ଭାଙ୍ଗି ପଡିଛନ୍ତି । ଏକୁଟିଆ ବସି ମନେ ମନେ ପୁଅକ କଥା ଭାବି ବାହୁନି ବାହୁନି କାନ୍ଦୁଛନ୍ତି ।   ବିନା କିଛି କହି ବି ତାଙ୍କର  ଲୁହ ଛଳ ଛଳ ଆଖି  ଦୁଇଟ୍ ଲୋକଙ୍କୁ ପ୍ରଶ୍ନ କରୁଛି କି, ମୋ ପୁଅର କଣ ଭୁଲ ଥିଲା ? ମୋର ପୁଅର ହତ୍ୟାକାରୀକୁ ଦଣ୍ଡ କେବେ ମିଳିବ?

ବାବୁଲାଲ ବହୁ ଗରିବୀରେ ନିଜର ରୋହିତାଶଙ୍କୁ ପାଠପଢାଇ ଯୋଗ୍ୟର କରିଥିଲେ । ସବୁ ବାପାମାଆଙ୍କ ଭଳି ତାଙ୍କର ବି ସ୍ୱପ୍ନ ଥିଲା କି ବୁଢା ବୟସରେ ସେ ଯେତେବେଳେ ଥକି ଯିବେ ଆଉ କାମ କରିପାରିବେ ନାହିଁ , ଏହି ସମୟରେ ତାଙ୍କ ପୁଅ ତାଙ୍କ ସାହାରା ବନିବ ବୋଲି । ହେଲେ ତାଙ୍କର ସବୁ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା । ବଂଚି ଥାଉ ଥାଉ ଭେଣ୍ଡିଆ ପୁଅର ମର ଶରୀର ଦେଖିବାକୁ ପଡିଛି । ବାବୁଲାଲ କହିଛନ୍ତି କି, ରୋହିତାଶକୁ ପାଠପଢିବାକୁ ବହୁତ ଭଲ ଲାଗୁଥିଲା । ତେଣୁ ତାଙ୍କର ପାଠପଢାରେ ଯେଭଳି ଅର୍ଥ ବାଧକ ନସାଜୁ ସେଥିପାଇଁ  ସେ ଦିନରାତି ଏକକାର କରି ମୁଲ ଲାଗୁଥିଲେ ।  ବାବୁଲାଲ କୁହନ୍ତି କି, ମୁଁ ପୁଅକୁ ବାରମ୍ବାର ବୁଝାଉଥିଲି କି, ଅନ୍ୟ କୌଣସି କାମ କର ବୋଲି , ହେଲେ ତାର ଖାଲି ଗୋଟିଏ ଜିଦ୍ ଥିଲା କି, ମୁଁ ସେନାରେ ଭର୍ତ୍ତି ହେବି ଆଉ ଦେଶ ପାଇଁ କାମ କରିବି । ରୋହିତାଶଙ୍କ ଆଜି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ଆଉ ତାଙ୍କର ଏହି ବଳିଦାନ ବାର୍ଥ ଯିବନି ହେଲେ ବାବୁଲାଲଙ୍କୁ ବୁଝାଇବ କିଏ ।  କାରଣ ପୁଅର ମୃତ୍ୟୁକୁ  ଭୁଲିପାରୁନାହାଁନ୍ତି ବାବୁଲାଲ । ପୁଅକୁ ଝୁରି ଝୁରି ତାଙ୍କ ଆଖିରୁ ଲୁହ ଶୁକୁ ନାହିଁ ।

Comments are closed.