ପୁଲୱାମା ଆକ୍ରମଣକୁ ନିନ୍ଦା କଲା ଆମେରିକା । କହିଲା, ଭାରତକୁ ନିଜର ଆତ୍ମରକ୍ଷା କରିବାର ଅଧିକାର ରହିଛି

ପୁଲୱାମା ଆକ୍ରମଣକୁ ନିନ୍ଦା କଲା ଆମେରିକା

231

କନକ ବ୍ୟୁରୋ : ଗୁରୁବାର କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ହାମଲାରେ ପ୍ରତିଶୋଧ ନେବା ପାଇଁ ଭାରତ ଉପରେ ସାଧାରଣ ଜନତା ଚାପ ପକାଉଛନ୍ତି । କେବଳ ଏତିକି ନୁହେଁ ବିଶ୍ୱର ଅନେକ ଦେଶ ଭାରତ ସହ ଥିବା ମଧ୍ୟ ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା କହିଛନ୍ତି ଯେ, ଭାରତ ଉପରେ ଯେପରି ଭାବରେ ଆକ୍ରମଣ ହୋଇଛି ତାହା ଅତ୍ୟନ୍ତ ଦୁଃଖ ଦାୟକ । କେବଳ ଏତିତି ନୁହେଁ ଭାରତ ଆତଙ୍କବାଦ ବିରୋଧରେ ଯେଉଁ ପଦକ୍ଷେପ ନେବ ଆମେରିକା ଭାରତକୁ ସମର୍ଥନ କରିବ ବୋଲି କହିଛି । ଏହାସହ ସେ ଆମେରିକା କହିଛି ଯେ, ଭାରତର ଆତ୍ମରକ୍ଷାର ଅଧିକାର ରହିଛି ।

https://aajtak.intoday.in

ମିଳିଥିବା ସୂଚନା ଅନୁସାରେ ଭାରତର ସୁରକ୍ଷା ପରାମର୍ଶ ଦାତାଙ୍କ ସହ ଆମେରିକା ଫୋନ ମାଧ୍ୟମରେ କଥା ହେବା ସହ ଭାରତକୁ ସମର୍ଥନ ଦେବ ବୋଲି କହିଛି ।  ଆମେରିକା କହିଛି, ଆତଙ୍କବାଦୀଙ୍କୁ ପାକିସ୍ତାନ କୌଣସି ପ୍ରକାର ସହାୟତା ଦେବା କଥା ନୁହେଁ । ଆତଙ୍କବାଦ ବିରୋଧରେ ପାକିସ୍ତାନ ସହ କଥାବାର୍ତା ଆମେରିକା କରିଥିବା ମଧ୍ୟ ସ୍ପଷ୍ଟ କରିଛି । ପାକିସ୍ତାନରେ ଯେପରି ଭାବରେ ଆତଙ୍କି କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ତାହାକୁ ସେ ବନ୍ଦ କରିବା କଥା । ଏବଂ ଭାରତ ଉପରେ ଯେପରି ଭାବରେ ଆକ୍ରମଣ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଆମେରିକାର କହିବା ସହ ସାରା ବିଶ୍ୱରୁ ଆତଙ୍କବାଦ ନିପାତ ହେବା ଜରୁରୀ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ ଆମେରିକା ସହ ଅନେତ ଦେଶ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଗତକାଲି ଜି-୨୦ ଦେଶ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିବା ଜଣାପଡିଛି । ଭାରଚ ଉପରେ ହୋଇଥିବା ଏପରି ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ କଡା ଜବାବ ଦେବା ସହ ଆଗାମୀ ଦିନରେ ଆତଙ୍କବାଦକୁ ସମୁଳେ ନାଶ କରିବା ପାଇଁ ଭାରତ ସହ ଅନେକ ଦେଶ ସହମତି ମଧ୍ୟ ହୋଇଛନ୍ତି । ଆମେରିକା ଆହୁରି ମଧ୍ୟ କବିଛି ଯେ, ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କ ଆତ୍ମାର ସଦଗତି କାମନା କରିବା ସହ ଏପରି ସମରେ ତାଙ୍କ ପରିବାରକୁ ସମବେଦନା ଜଣାଉଛୁ । ତେବେ ପୂର୍ବରୁ ମଧ୍ୟ ଭାରତ ଉପରେ ଏପରି ଭାବରେ ଆକ୍ରମଣ ହୋଇଛି । ତେଣୁ ବର୍ତମାନ ସମୟରେ ଆତଙ୍କବାଦୀଙ୍କୁ କଡା ଜବାବ ଦେବାର ସମୟ ଆସିଛି ବୋଲି ଅନେକ ରାଷ୍ଟ୍ର କହିଛନ୍ତି ।