ପୁଲୱାମା ଆତ୍ମଘାତୀ ଆକ୍ରମଣ : ଆତଙ୍କବାଦୀ କେମିତି ଜାଣିଲେ ଯେ କେଉଁ ଗାଡିରେ ଅଧିକ ସିଆରପିଏଫ୍ ଯବାନ ଥିଲେ ?

611

ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ବିସ୍ଫୋଟକ ଭର୍ତ୍ତି ଥିବା ଯେଉଁ ଆତ୍ମଘାତୀ ଗାଡିର ବ୍ୟବହାର କରାଯାଇଥିଲା ଉକ୍ତ ଗାଡି ସମ୍ବନ୍ଧରେ ଜାଞ୍ଚ୍ ଏଜେନ୍ସୀକୁ ବହୁ ସୁରାଖ୍ ମିଳିଛି । କାର୍ ସମ୍ଭନ୍ଧରେ ଯେତେବେଳେ ମାରୁତି କମ୍ପାନୀ ସହ ସଂପର୍କ କରାଗଲା ଉକ୍ତ କାରଟି ମାରୁତି ଇକୋ ଥିବା ଜଣାପଡିଥିଲା । ୨୦୧୦ ରୁ ୧୧ ରେ ପ୍ରସ୍ତୁତ ହୋଇଥିବା ଏହି ଗାଡିକୁ ଦୁଇଥର କଲର୍ ଦିଆଯାଇଥିଲା । ସିଆରପିଏଫ୍ ଅଫିସିଆଲ୍ ରିପୋର୍ଟରେ ଏହାର ଖୁଲାସା ହୋଇଥିଲା କି କିଭଳି ଭାବେ ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀ ଏହା ଜାଣିଥିଲେ ଯେ କେଉଁ ବସରେ ଆକ୍ରମଣ କରିବାର ଅଛି ଏବଂ କେଉଁ ବସରେ ଅଧିକ ଯବାନ ରହିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣ ପୂର୍ବରୁ ଯବାନଙ୍କ ଦୁଇଟି ଗାଡି ଖରାପ ହୋଇଯାଇଥିଲା । ଏହାପରେ ୧୪ ଟି ବସ୍ କୁ ରୋକି ଦିଆଗଲା । ଯାହାଦ୍ୱାରା ଆତଙ୍କବାଦୀକୁ ଟାର୍ଗେଟ୍ ସ୍ଥାନ ବିଷୟରେ ଧାରଣା ମଧ୍ୟ ଆସିଗଲା । ଆତଙ୍କବାଦୀ ଏହା ବି ଦେଖି ଦେଇଥିଲେ ଯେ କେଉଁ ବସରେ ଅଧିକ ଯବାନ ବସିଛନ୍ତି ଏବଂ କେଉଁ ବସକୁ ଟାର୍ଗେଟ୍ କଲେ ଅଧିକରୁ ଅଧିକ ଯବାନଙ୍କୁ କ୍ଷତି ପହଂଚାଇପାରିବ ।

ଏହି ଆକ୍ରମଣ ଏତେ ବଡ ଥିଲା ଯେ ବିସ୍ଫୋଟକ ଲଦା କାରର ପାର୍ଟ ୧୫୦ ରୁ ୨୦୦ ମିଟର ଉଡି ପାଖ ଗାଁ ପାଖରେ ପଡିଥିଲା । ଅଫିସର୍ କାରର କିଛି ନୂଆ ପାର୍ଟକୁ ମଧ୍ୟ ଜବତ କରିଥିଲେ । ଦେଖଣାହାରୀଙ୍କ କହିବାନୁସାରେ ଉକ୍ତ କାରର ରଙ୍ଗ ଲାଲ୍ ଥିଲା ।