ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଲା ମାସେ ! ଏବେ ପର୍ଯ୍ୟନ୍ତ ୧୮ ଜଣ ଆତଙ୍କବାଦୀ ମରିଥିବା ବେଳେ ୧୬ ଜଣ ଯବାନ ହେଲେ ସହିଦ୍ ।

85

ପୁଲୱାମାରେ ସିଆରପିଏଫ୍ ବସ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ଆଜି ମାସେ ପୁରିଲା । ଏହାପରେ ଆରମ୍ଭ ହୋଇଥିବା ଆତଙ୍କବିରୋଧ ଅଭିଯାନରେ ମୋଟ ୧୮ ଜଣ ଆତଙ୍କବାଦୀଙ୍କୁ ସେନା ତରଫରୁ ମାରି ଦିଆଯାଇଥିଲା । ଯେଉଁଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନ୍ ଏବଂ ମୁଦ୍ଦସିର୍ ମଧ୍ୟ ସାମିଲ୍ ଥିଲେ । ଜାଣନ୍ତୁ ଗତ ଏକ ମାସରେ ଘାଟିର ଅବସ୍ଥା କିଭଳି ଥିଲା ।

୮୦ ଥର ପାକ୍ କଲା ସଂଘର୍ଷବିରାମ ଉଲ୍ଲଘଂନ :

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକ୍ ସେନା ଏଲଓସି ଉପରେ ୮୦ ଥର ସଂଘର୍ଷବିରାମ ଉଲ୍ଲଘଂନ କରିଥିଲେ । କିନ୍ତୁ ପ୍ରତିଥର ଭାରତୀୟ ସେନା ପାକ୍ କୁ ମୁହଁଭଙ୍ଗା ଜବାବ୍ ଦେଇଛି ।

୨୬ ଥର ଆତଙ୍କବାଦୀଙ୍କ ସହ ହେଲା ମୁହାଁମୁହିଁ :

ଏହି ସମୟରେ ସୁରକ୍ଷାବଳୟ ଏବଂ ଆତଙ୍କବାଦୀଙ୍କ ସହ ୨୬ ଥର ମୁହାଁମୁହିଁ ହେଲା । ଭାରତୀୟ ସେନା ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୦୦ ଘଣ୍ଟା ପରେ ମାଷ୍ଟରମାଇଣ୍ଡ କାମରାନ୍ ଏବଂ ଆରଡିଏକ୍ସ ଆଣିଥିବା ମୁଦ୍ଦାସିର୍ କୁ ମଧ୍ୟ ମାରିଦିଆଗଲା ।

ଏବେ ପର୍ଯ୍ୟନ୍ତ ୧୮ ଆତଙ୍କବାଦୀ ମୃତ :

ସୁରକ୍ଷାବଳ ମିଶି ୧୮ ଜଣ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲେ । ଏଥିରେ ୮ ପାକିସ୍ତାନୀ ଆତଙ୍କବାଦୀ ଥିବାବେଳେ ଘାଟୀରେ ୧୪ ଫେବୃୟାରୀ ଦିନ ୫୬ ଜୈସ୍ ଆତଙ୍କବାଦୀ ଥିଲେ ବର୍ତ୍ତମାନ ୩୮ ଆତଙ୍କବାଦୀ ବଚିଂଛନ୍ତି । ଯେଉଁଥିରେ ୨୩ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି ।

ସୁରକ୍ଷାବଳ ହରାଇଲେ ୧୬ ଯବାନ :

ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେଲାବେଳେ ସୁରକ୍ଷାବଳ ୧୬ ଜଣ ଯବାନଙ୍କୁ ହରାଇଥିଲେ ଏବଂ କିଛି ଯବାନ୍ ଏବେବି ଆହତ ଅଛନ୍ତିି ।

ହାଇଆଲର୍ଟରେ ସେନା :

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବୋର୍ଡରରେ ଭାରତୀୟ ସେନା ହାଇଆଲର୍ଟ ମୁଡରେ ଆସିଯାଇଛି । ସୀମାରେ ମଧ୍ୟ ଅଧିକ ଆଲର୍ଟ କରାଯାଇଛି । ବାଲାକୋଟ୍ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଭାରତ ଦ୍ୱାରା ଏୟାର୍ ଷ୍ଟ୍ରାଇକ୍ ଏବଂ ପାକ୍ ଏୟାରଫୋର୍ସଙ୍କ ଦ୍ୱାରା ବାୟୁ କ୍ଷେତ୍ରରେ ପ୍ରବେଶକୁ ନେଇ ଭାରତୀୟ ବାୟୁସେନା ମଧ୍ୟ ଆଲର୍ଟ ରହିଛି ।

ଆକ୍ରମଣ ପରେ ଟ୍ରମ୍ପଙ୍କ ବୟାନ୍ , ଆମେରିକା ଭାରତ ସପକ୍ଷରେ :

ଆକ୍ରମଣର ତୁରନ୍ତ ବାଦ ଆମେରିକା ଭାରତ ସହ ଆତଙ୍କବାଦ ବିରୁଦ୍ଧରେ ଠିଆ ହୋଇଥିଲା । ମିଡିଆ ସହ ୨ ଥର କଥାବାର୍ତ୍ତାରେ ଟ୍ରମ୍ପ ଭାରତ-ପାକ୍ ଭିତରେ ବଢୁଥିବା କ୍ଲେଶରେ ଭାରତ କିଛି ବଡ କରିବା କଥା କହିଥିଲେ ଯାହାର କିଛି ସମୟ ପରେ ପାକ୍ ଉପରେ ଏୟାର୍ ଷ୍ଟ୍ରାଇକ୍ କରାଯାଇଥିଲା । ଏହାପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମଧ୍ୟ ସୁରକ୍ଷିତ ପାକ୍ ରୁ ଭାରତ ଆଣିବା ପାଇଁ ଆମେରିକାର ବଡ ହାତ ଥିଲା ।

ଭାରତ ତରଫରୁ ବାଲାକୋଟ୍ ସମେତ ଅନ୍ୟ ସ୍ଥାନରେ ମଧ୍ୟ କରାଗଲା ଏୟାରଷ୍ଟ୍ରାଇକ୍ :

ପାକ୍ ଅଧିନରେ ଚାଲିଥିବା ବାଲାକୋଟ୍ ଏବଂ ପିଓକେର ଆତଙ୍କୀ କ୍ୟାମ୍ପ ଉପରେ ବାୟୁସେନା ତରଫରୁ ଆକ୍ରମଣ କରାଯାଇଥିଲା । ଏଥିରେ ଭାରତର ମିରାଜ ୨୦୦୦ ବିମାନ ଜୈସ୍ ର ଠିକଣାରେ ଗାଇଡେଡ୍ ବୋମା ପକାଇଥିଲେ । ଯାହାର ପ୍ରଥମ ସୂଚନା ପାକ୍ ଦୁନିଆକୁ ଦେଇଥିଲା ।