ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୟୁପିର ୧୨ ଯବାନ ସହିଦ : ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର, ସହିଦ ପରିବାରକୁ ମିଳିବ ୨୫ ଲକ୍ଷ ଟଙ୍କା

843

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ୩୭ ଜଣଙ୍କ ମଧ୍ୟରୁ ୟୁପିର ୧୨ ଜଣ ଯବାନ ସହିଦ ହୋଇଥିବା କଥା ଜଣାପଡ଼ୁଛି । ୧୨ ଜଣ ଯବାନଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର । ସମସ୍ତ ସହିଦ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଟଙ୍କା ସହ ପରିବାରର ଜଣଙ୍କୁ ଚାକିରି ମଧ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ଯୋଗୀ ସରକାର ।

ଏହାସହ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଯୋଗୀ । ଏହା ମାନବତା ପ୍ରତି ଜଘନ୍ୟ ଅପରାଧ ଅଟୋ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ଏବଂ ଏହାର ଉଚିତ ଯବାବ ଦିଆଯିବ । ଆତଙ୍କବାଦ ବିରୋଧରେ କୌଣସି ଦଳ କିମ୍ବା ବ୍ୟକ୍ତିର ନୁହେଁ ପୁରା ଦେଶର । ଏଥିପାଇଁ ଏକଜୁଟ ହୋଇ ସମସ୍ତଙ୍କୁ ଲଢ଼ିବା ପାଇଁ ହେବ ବୋଲି କହିଛନ୍ତି । ପୁଲୱାମା ଆକ୍ରମଣକୁ ନିନ୍ଦା କରି ଭାରତ ସହ ସାରା ବିଶ୍ୱ ଠିଆ ହୋଇଛି । ଋଷିଆ ଏବଂ ଆମେରିକା, କହିଛନ୍ତି, ଆତଙ୍କବାଦ ବିପକ୍ଷରେ କଡା ପଦକ୍ଷେପ ଜରୁରୀ ହୋଇପଡିଛି । ଇସ୍ରାଏଲ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କା, ନେପାଳ, ମାଲଡିଭ୍ସ ଭଳି ଦେଶ ଆତଙ୍କବାଦ ବିପକ୍ଷରେ ଲଢେଇ ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି ।